www.samajalive.in
Saturday, December 13, 2025
26.1 C
Bhubaneswar

୧୦୬୫ ନୂଆ ପଜିଟିଭ ଚିହ୍ନଟ ; ଖୋର୍ଦ୍ଧାରୁ ସର୍ବାଧିକ ୩୬୧, କଟକରୁ ୧୩୫

ଭୁବନେଶ୍ବର :  ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହୋଇଛି ।  ଦିନକରେ ଆଉ ୧୦୬୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୮ ଜିଲ୍ଲା ଓ ଷ୍ଟେଟ ପୁଲରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୨୪ ଓ ସ୍ଥାନୀୟ ଅଞ୍ଚଳରୁ ୪୪୧ ଓ ୧୮ ବର୍ଷରୁ କମ୍ ୧୨୨ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୮ ହଜାର ୨୪୦କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୧, କଟକରୁ ୧୩୫, ସୁନ୍ଦରଗଡରୁ ୧୧୧ ଜଣ ଆକ୍ର​‌ନ୍ତ ଚିହ୍ନଟ ହୋଇଛନ୍ତି ।​‌ ସେହିପରି  ସମ୍ବଲପୁରରୁ ୫୮, ମୟୂରଭଞ୍ଜରୁ ୫୨ ପୁରୀରୁ ୪୪, ସୁବର୍ଣ୍ଣପୁରରୁ ୩୧ ଓ ଷ୍ଟେଟ ପୁଲରୁ ୭୬ ଜଣ ଆକ୍ର​‌ନ୍ତ ଚିହ୍ନଟ ହୋଇଛନ୍ତି ।​‌ ରାଜ୍ୟରେ ୨ ଜିଲ୍ଲା କରୋନା ମୁକ୍ତ ରହିଛି।

- Advertisement -

ଗତ ୨୪ ଘଣ୍ଟା ମଧ୍ୟରେ ୫୧୪ ଜଣ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୨ ଲକ୍ଷ ୮୩ ହଜାର ୬୮୩ରେ ପହଞ୍ଚିଛି । ଏବେ ରାଜ୍ୟରେ ୫୩୭୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣା ପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories