www.samajalive.in
Thursday, December 11, 2025
14.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ୟୁପି ଗସ୍ତ : ଆଜି ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‍ ୱେର ଉଦ୍‍ଘାଟନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉତ୍ତରପ୍ରଦେଶ ଗସ୍ତରେ ଯାଉଛନ୍ତି। ସେଠାରେ ସେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‍ ୱେର ଶୁଭ ଉଦ୍‍ଘାଟନ କରିବେ ।
ଉତ୍ତରପ୍ରଦେଶର ଜଲାଉଁ ଜିଲ୍ଲାର କାଇଥେରୀଠାରେ ଆଜି ଏହି ଏକ୍ସପ୍ରେସ୍‍ ୱେକୁ ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରିବେ । ୨୦୨୦ ମସିହା ଫେବୃୟାରୀ ୨୯ ତାରିଖରେ ପ୍ରଧାନମନ୍ତ୍ରୀ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‍ ୱେ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
୨୯୬ କିଲୋମିଟର ଦୈର୍ଘ୍ୟର ୪ ଲେନ୍‍ ବିଶିଷ୍ଟ ଏହି ଏକ୍ସପ୍ରେସ୍‍ ୱେ ନିର୍ମାଣ ପାଇଁ ୧୪ ହଜାର ୮୫୦ କୋଟି ଟଙ୍କା ବ୍ୟୟ କରାଯାଇଛି । ପରବର୍ତ୍ତୀ ସମୟରେ ଏହାକୁ ୬ ଲେନ୍‍ ବିଶିଷ୍ଟ କରାଯିବ। ଏହି ଏକ୍ସପ୍ରେସ୍‍ ୱେ ୭ଟି ଜିଲ୍ଲାକୁ ସଂଯୋଗ କରୁଛି । ଏହି ଏକ୍ସପ୍ରେସ୍‍ ୱେରେ ୪ଟି ରେଳ ବ୍ରିଜ୍‍, ୧୮ଟି ବଡ଼ ସେତୁ ଏବଂ ୨୮୬ଟି ଛୋଟ ପୋଲ ରହିଛି । ପ୍ରତ୍ୟେକ ୫୦୦ ମିଟର ବ୍ୟବଧାନରେ ଏଥିରେ ବର୍ଷାଜଳ ଅମଳ ବ୍ୟବସ୍ଥା ରହିଛି ।

୨୮ ମାସର ରେକର୍ଡ ସମୟ ମଧ୍ୟରେ ଓ ନିର୍ଦ୍ଧାରିତ ସମୟର ୮ ମାସ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଛି । ଏହି ଏକ୍ସପ୍ରେସ୍‍ ୱେ ସେଠାରେ ସ୍ଥାନୀୟ ଲୋକମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ସହିତ ଆର୍ଥିକ ବିକାଶ ଦିଗରେ ସହାୟକ ହେବ ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories