www.samajalive.in
Monday, December 8, 2025
13.1 C
Bhubaneswar

ସ୍ଵୟଂ ସହାୟିକା ଗୋଷ୍ଠୀ ସମୁହକୁ ମୂଳ ଅର୍ଥ ପ୍ରଦାନ କଲେ ବିଧାୟକ

ପାଟଣା: ପାଟଣା ବ୍ଲକର କୃଷି ସୂଚନା ଏବଂ ପରାମର୍ଶ କେନ୍ଦ୍ର ଠାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ପାଟଣା ଦ୍ଵାରା ସ୍ଵୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ମୂଳ ପୁଞ୍ଜି ଋଣ (ସିଡ୍ ଟଙ୍କା)  ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗ ଦେଇ ଗୋଷ୍ଠୀ ମାନଙ୍କୁ ମୂଳ ପୁଞ୍ଜି ଋଣ ବଣ୍ଟନ କରିଛନ୍ତି ।

ପାଟଣା ବ୍ଲକ କୃଷି ଅଧିକାରୀ କୃପାସିନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ନାଏକଙ୍କ ସହ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ସିଡିପିଓ ବିଜୟଲକ୍ଷ୍ମୀ ମାରାଣ୍ଡି, ବ୍ଲକ ମତ୍ସ୍ୟ ଅଧିକାରୀ ଜଗଦୀଶ ବାରିକ ପ୍ରମୁଖ ଉପସ୍ଥିତ ରହି ସ୍ଵୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ମିଳୁଥିବା ଏହି ଅର୍ଥର ସଦ ବିନିଯୋଗ କରିବା ପାଇଁ ମାଛ ଚାଷ, ଛତୁ ଚାଷ ଓ ପନିପରିବା ଚାଷ ଉପରେ ମାର୍ଗ ଦର୍ଶନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ ଓ ବର୍ଷା ବୈଶାଳୀ ଏବଂ କୃଷି ଅଧିଦର୍ଷକ ଦୁର୍ଗାଚରଣ ତ୍ରିପାଠୀ ପ୍ରମୁଖ ଅନ୍ୟ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ପ୍ରତ୍ୟେକ ସ୍ୱୟଂ ସହାୟିକା ଗୋଷ୍ଠୀକୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories