www.samajalive.in
Monday, December 8, 2025
17.1 C
Bhubaneswar

ବଢ଼ୁଛି ଅତ୍ମହତ୍ୟା; ଝୁଲିପଡ଼ିଲେ ଆଉ ଜଣେ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ଜଣେ ବ୍ୟକ୍ତି ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେହି ଗ୍ରାମର ପୁରୁଷୋତ୍ତମ ନାଏକ(୪୫) ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଘରୁ ବାହାରି ନିଜ ଘର ବାରଣ୍ଡାରେ ଥିବା କାଠ ଦଣ୍ଡା ରେ ଫାଶୀ ଲଗାଇ ମୃତ୍ୟୁ ବରଣ କରିଛନ୍ତି। ଆଜି ସକାଳୁ ତାଙ୍କ ପତ୍ନୀ ଘଟଣା ଦେଖି କନ୍ଦାକଟା କରିବାରୁ ଘଟଣା ଲୋକଲୋଚନକୁ ଆସିଥିଲା । ମୃତକଙ୍କ କକା ପୁଅ ଭାଇ କୁନା ନାଏକ ଏନେଇ ଢେଙ୍କିକୋଟ ପୁଲିସକୁ ସୂଚନା ଦେବା ପରେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତରଣିସେନ ବାଗ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରିବା ସହ ମୃତକର ଶବକୁ ଉଦ୍ଧାର କରିଥିଲେ । ଆଜି ଢେଙ୍କିକୋଟ ପୁଲିସ ମୃତକର ଶବକୁ କେନ୍ଦୁଝରରେ ବ୍ୟବଚ୍ଛେଦ କରିବା ପରେ ତାଙ୍କ ପରିବାର କୁ ହସ୍ତାନ୍ତର କରିଛି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories