www.samajalive.in
Monday, December 8, 2025
24.1 C
Bhubaneswar

ସୋନିଆଙ୍କୁ ପୁଣି ସମନ

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣିଥରେ ସମନ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ। ନେସନାଲ ହେରାଲ୍ଡ ଖବରକାଗଜ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଜୁଲାଇ ୨୧ ତାରିଖରେ ସୋନିଆ ଗାନ୍ଧୀଙ୍କୁ ଇଡି ଡକାଇଛି। ଏହାପୂର୍ବରୁ ସୋନିଆ ଗାନ୍ଧୀ ପଚରାଉଚରା ପାଇଁ ଇଡିରେ ହାଜର ହେବାକୁ ଆଉ କିଛି ଦିନ ସମୟ ମାଗିଥିଲେ।

କୁହାଯାଇଥିଲା ଯେ, କରୋନା ସଂକ୍ରମିତ ହୋଇଥିବା ସୋନିଆଙ୍କୁ ଡାକ୍ତରମାନେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି, ଯେଉଁଥିପାଇଁ ସେ କିଛି ସପ୍ତାହ ପର୍ଯ୍ୟନ୍ତ ଇଡିରେ ହାଜର ହୋଇପାରିବେ ନାହିଁ। ଇଡି ମଧ୍ୟ ତାଙ୍କ ଅନୁରୋଧ ରକ୍ଷା କରିଥିଲା। ଇଡି ସୋନିଆଙ୍କୁ କହିଥିଲା ଯେ, ସେ ଅର୍ଥ ହେରଫେର ମାମଲାରେ ଜୁଲାଇ ଶେଷ ଆଡ଼କୁ କୌଣସି ଦିନ ଯାଞ୍ଚ ଏଜେନ୍ସି ସମ୍ମୁଖରେ ହାଜର ହୋଇ ନିଜ ବୟାନ ରେକର୍ଡ଼ କରାଇବେ।

- Advertisement -

ସୂଚନାଯୋଗ୍ୟ, ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପାଞ୍ଚ ଦିନ ମଧ୍ୟରେ ପ୍ରାୟ ୫୦ ଘଣ୍ଟା ଜେରା କରାଯାଇଥିଲା। ଏହି ସମୟରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।

 

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories