ଉମରକୋଟ : ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୋଲି ଆଜି ଖବର ମିଳିଛି। ପ୍ରାୟ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ସେ ଧରାପଡିଛନ୍ତି।
କୌଣସି କେସକୁ ନେଇ ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ସିସିଟିଭି କ୍ୟାମେରାକୁ ଏଡାଇବା ପାଇଁ ଥାନା ଠାରୁ କିଛି ଦୂରରେ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଏନେଇ ଖବର ପାଇବା ସହ ତାଙ୍କୁ ଧରିବାରେ ସଫଳ ହୋଇଥିଲା। ଏହାସହ ଟଙ୍କା ମଧ୍ୟ ଜବତ କରିଥିଲା। ଏହି ଟିମରେ ନବରଙ୍ଗପୁର , ମାଲକାନଗିରି ଓ ଜୟପୁର ଭିଜିଲାନ୍ସର ୧୪ ଜଣିଆ ଟିମ୍ ସାମିଲ ଥିଲେ। ଘଟଣାର ତଦନ୍ତ ଜାରି ରଖାଯିବା ସହ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି।



