www.samajalive.in
Thursday, December 11, 2025
26.1 C
Bhubaneswar

ସ୍କୁଲରେ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା ପାଠ୍ୟକ୍ରମ : ଗଣ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଏଣିକି ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କୁ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା ବିଷୟରେ ପାଠ ପଢ଼ାଯିବ । ବିଶେଷକରି ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ୨୦୨୨-୨୩ ଶିକ୍ଷାବର୍ଷଠାରୁ ଏ ସଂକ୍ରାନ୍ତରେ ପଢ଼ାଯିବା ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି। ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା ପ୍ରସଙ୍ଗରେ କୋଭିଡ୍‍ ଭଳି ମହାମାରୀକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିଚାଳନାଗତ
ବ୍ୟବସ୍ଥା, ଏହାର ମୁକାବିଲା, ବୈଜ୍ଞାନିକ ଗବେଷଣା ଅନୁଧ୍ୟାନ ତଥା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପିଲାମାନଙ୍କୁ ସୂଚନା ମିଳିବ। ଏଭଳି ପାଠ୍ୟକ୍ରମ ଦ୍ୱାରା ଆଗାମୀ ପିଢ଼ି ଜଳବାୟୁ ପରିବର୍ତ୍ତନ, ବନ୍ୟା, ବାତ୍ୟା, ଭୂସ୍ଖଳନ ଭଳି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଓ କରୋନା ଭଳି ମହାମାରୀର ମୁକାବିଲା ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ।
ଏହା ବ୍ୟତିତ ମନ୍ତ୍ରୀ କହିଛନ୍ତି, ଆସନ୍ତା ଶିକ୍ଷାବର୍ଷରୁ ଶତ ପ୍ରତିଶତ ପାଠ୍ୟକ୍ରମରେ  ପାଠ ପଢ଼ା ହେବ। ପୁରୁଣା ପଦ୍ଧତିରେ ପରୀକ୍ଷା କରାଯିବା ପାଇଁ ମଧ୍ୟ ବିଚାର କରାଯାଉଥିବା ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ କରୋନା କାରଣରୁ ସିଲାବସ୍‍ରୁ ୩୦ ପ୍ରତିଶତ ପାଠ୍ୟକ୍ରମକୁ ବାଦ୍‍ ଦିଆଯାଇଥିଲା। ସ୍ଥିତି ନିୟନ୍ତ୍ରଣକୁ ଆସିଥିବାରୁ ପୂର୍ବଭଳି ବିଦ୍ୟାଳୟ ସ୍ୱାଭାବିକ ହେବା ସହ ପାଠ୍ୟକ୍ରମ ମଧ୍ୟ ଶତ ପ୍ରତିଶତ ପଢ଼ାଯିବ।

Hot this week

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

Related Articles

Popular Categories