www.samajalive.in
Saturday, December 13, 2025
26.1 C
Bhubaneswar

କମ୍‍ ବୟସରେ କେଶ ଧଳା ହେଉଛି କି? ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ସମୟରେ ସମୟ ପୂର୍ବରୁ କେଶ ଧଳା ହେବା ସଭିଁଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି। ବିଶେଷ କରି ଯୁବପିଢୀଙ୍କ ପାଇଁ ଏହା ମୁଖ୍ୟ ସମସ୍ୟା ପାଲଟିଛି। କମ ବୟସରେ କେଶ ଧଳା ହେବାର ଏକ ମୁଖ୍ୟ କାରଣ ଭୁଲ ଖାଦ୍ୟପେୟ ଓ ଜୀବନଶୈଳୀ, ଅତ୍ୟଧିକ ଚିନ୍ତା, ନିଶା ସେବନ, ଭିଟାମିନ ବି-୧୨ର ଅଭାବ। କେଶ ପାଇଁ ସଠିକ ଖାଦ୍ୟ ସହ ପୋଷକ ତତ୍ତ୍ୱରେ ଭରପୁର ଆହାର ସାମିଲ କରିବା ନିତାନ୍ତ ଆବଶ୍ୟକ। କମ ବୟସରୁ କେଶକୁ ଧଳା ହେବାରୁ ରକ୍ଷା କରିବା ପାଇଁ କିଛି ବିଶେଷ ଖାଦ୍ୟ ଖାଇବା ଆବଶ୍ୟକ। ଏଭଳି ୮ଟି ସୁପରଫୁଡ ରହିଛି ,ଯାହା କେଶକୁ ଧଳା କରିବାକୁ ରୋକିବାରେ ସହାୟକ ହୋଇଥାଏ। ଜାଣନ୍ତୁ…
ସବୁଜ ପନିପରିବା ଓ ପତ୍ରଥିବା ପରିବା ଶରୀରକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ଖାଦ୍ୟରେ ଏହାକୁ ସାମିଲ କରିବା ଉଚିତ। କେଶକୁ ସୁସ୍ଥ ସହ କଳା ରଖିବା ପାଇଁ ପାଳଙ୍ଗ, ବନ୍ଧାକୋବି, ଫୁଲକୋବି, ବ୍ରୋକୋଲି, ଶାଗ ସହ ଅନ୍ୟ ପନିପରିବା ଭରପୁର ମାତ୍ରାରେ ଖାଆନ୍ତୁ। ଏଥିରେ ଥିବା ଆଇରନ, ଭିଟାମିନ, କ୍ୟାଲସିୟମ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ କେଶକୁ ସୁସ୍ଥ ରହିବା ସହ ଘନ ଓ କଳା କରିଥାଏ।
କେଶକୁ ସୁସ୍ଥ ରଖିବା ପାଇଁ ସୁପରଫୁଡରେ ଡାର୍କ ଚକୋଲେଟ ମଧ୍ୟ ସାମିଲ ରହିଛି। ଏଥିରେ ପ୍ରଚୁରମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଯାହା ଶରୀରରୁ ସେହି ଅଦରକାରୀ ପଦାର୍ଥ ବାହାର କରିଥାଏ,ଯାହା ସମୟ ପୂର୍ବରୁ କେଶକୁ ଧଳା କରିଥାଏ। ଡାର୍କ ଚକୋଲେଟରେ କେଶ ପାଇଁ ଉପକାରୀ।
କେଶକୁ ସୁସ୍ଥ ଓ କଳା ରଖିବା ପାଇଁ ନିଜ ଖାଦ୍ୟରେ ପ୍ରାଣୀଜାତ ଜିନିଷ ଯଥା କ୍ଷୀର, ଦହି, ଚିଜ୍‍, ଆଦି ସାମିଲ କରନ୍ତୁ। ଏହି ସମସ୍ତ ଖାଦ୍ୟରେ ଭିଟାମିନ୍‍ ବି-୧୨, କ୍ୟାଲସିୟମ ,ପ୍ରୋଟିନ ଓ ଅନ୍ୟ ପୋଷକ ତତ୍ତ୍ୱ ମଧ୍ୟ ରହିଛି। ଦହି ପୁଷ୍ଟିଯୁକ୍ତ ହେବା ସହ ଏହା ଆଣ୍ଟି-ଅକ୍ସିଡାଣ୍ଟରେ ଭରପୁର। ତେଣୁ ଦହି ନିଶ୍ଚୟ ଖାଆନ୍ତୁ।
ଅଣ୍ଡା ପ୍ରୋଟିନର ଏକ ଉତ୍ତମ ସ୍ରୋତ। କେଶକୁ କଳା, ମଜଭୂତ ଓ ରେଶମୀ ରଖିବାରେ ଏହା ଖୁବ ସହାୟକ ହୋଇଥାଏ। ତେଣୁ ବିଶେଷଜ୍ଞଙ୍କ ମତରେ କେଶ ପାଇଁ ଅଣ୍ଡା ନିତାନ୍ତ ଆବଶ୍ୟକ ଓ ଏହାକୁ ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ବି-୧୨ ରହିଛି। ଯାହା କେଶକୁ ମଜଭୂତ କରିଥାଏ। କେବଳ ଅଣ୍ଡାର ଧଳା ଅଂଶ ନୁହେଁ ସମ୍ପୂର୍ଣ୍ଣ ଅଣ୍ଡା ଖାଆନ୍ତୁ।
ଧଳା କେଶ ଜନିତ ସମସ୍ୟାରୁ ରକ୍ଷା ପାଇଁ ସୋୟାବିନ୍‍ ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ। ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ଶରୀରକୁ ବିଭିନ୍ନ ପ୍ରକାର ଆଣ୍ଟି-ଅକ୍ସିଡାଣ୍ଟ ପହଞ୍ଚାଇଥାଏ। ଯାହା ସମୟ ପୂର୍ବରୁ କେଶକୁ ଧଳା ହେବାରୁ ରୋକି ଥାଏ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories