www.samajalive.in
Saturday, December 6, 2025
26.1 C
Bhubaneswar

କରୁଛନ୍ତି କି ଏହି ଭୁଲ୍‍ ? ସୃଷ୍ଟି ହୋଇଥାଏ ସ୍ୱାସ୍ଥ୍ୟ ସମସ୍ୟା

କର୍ମବ୍ୟସ୍ତବହୁଳ ଜୀବନ ମଧ୍ୟରେ ଭୁଲ୍‍ ଜୀବନଶୈଳୀ ଓ ଖାଦ୍ୟ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିଥାଏ। ଅତ୍ୟଧିକ କାମ ଓ ମାନସିକ ଦୁଶ୍ଚିନ୍ତା ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଫଳରେ ବାରମ୍ବାର ବାରମ୍ବାର ରୋଗଗ୍ରସ୍ତ ହୋଇ ଥାଆନ୍ତି। ଏପରି ସମୟରେ ପୋଷକ ତତ୍ତ୍ୱରେ ଭରପୁର ଭୋଜନ କରିବା ଦ୍ୱାରା ମଧ୍ୟ ସ୍ୱାସ୍ଥ୍ୟକୁ ଏହାର ଉପକାରୀ ଗୁଣ ମିଳିପାରେ ନାହିଁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଅନେକ ସମୟରେ ଖାଦ୍ୟ ଖାଇବା ପରେ ଏପରି କିଛି ଭୁଲ କରିଥାଆନ୍ତି, ଯାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ସେଭଳି ବଦଅଭ୍ୟାସ ଅନେକ ରୋଗର କାରଣ। ପାଚନ ତନ୍ତ୍ରକୁ ପ୍ରଭାବିତ କରିଥାଏ। ଜାଣନ୍ତୁ..
ଅନେକ ଲୋକେ ରାତିରେ ଖାଦ୍ୟ ଖାଇବାର ତୁରନ୍ତ ପରେ ବିଛଣାରେ ଯାଇ ଶୋଇ ଯାଆନ୍ତି। ମାତ୍ର ଖାଦ୍ୟ ଖାଇବାର ୨ ଘଣ୍ଟା ପର୍ଯ୍ୟନ୍ତ ଆଦୌ ଶୁଅନ୍ତୁ ନାହିଁ। ଖାଦ୍ୟ ଖାଇବାର ତୁରନ୍ତ ପରେ ଶୋଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇନଥାଏ। ଏସିଡିଟି,ହୃଦୟ ଜନିତ ରୋଗ ସୃଷ୍ଟି ହେବାର ଅନେକ ସମ୍ଭାବନା ଥାଏ।
ଅନେକ ଲୋକେ ଖାଦ୍ୟ ଖାଇବା ପରେ ଚା’,କଫି ଓ ନିଶାଦ୍ରବ୍ୟର ମଧ୍ୟ ସେବନ କରିଥାଆନ୍ତି। ମାତ୍ର ଏଭଳି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏହାଦ୍ୱାରା ଶରୀରରେ ନିକୋଟିନର ମାତ୍ରା ଅଧିକ ବଢିଯାଏ। ଖାଦ୍ୟର ପୋଷକ ତତ୍ତ୍ୱ ମଧ୍ୟ ଶରୀରକୁ ମିଳିପାରି ନଥାଏ। ନଷ୍ଟ ହୋଇଯାଏ।
କୁହାଯାଏ ସ୍ନାନ ପରେ ଭୋଜନ କରିବା ଉଚିତ। ଏହା ଏକ ପରମ୍ପରା। ଆୟୁର୍ବେଦରେ ମଧ୍ୟ ସ୍ନାନ ପରେ ଖାଦ୍ୟ ଖାଇବାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ମାତ୍ର ଖାଦ୍ୟ ଖାଇବାର ତୁରନ୍ତ ପରେ ସ୍ନାନ କରିବା ଦ୍ୱାରା ଏହାର କୁପ୍ରଭାବ ପାଚନ ତନ୍ତ୍ର ଉପରେ ପଡିଥାଏ। ବଦହଜମି ସମସ୍ୟା ସହ ପେଟ ପାଇଁ କ୍ଷତିକାରକ ହୋଇଥାଏ।
ଖାଦ୍ୟ ଖାଇବାର ତୁରନ୍ତ ପରେ ଚା’ ପିଇବା ଦ୍ୱାରା ଏଥିରେ ଥିବା ନିକୋଟିନ୍‍ ଆପଣଙ୍କ ଶରୀରରେ ପ୍ରୋଟିନକୁ ଅବଶୋଷିତ କରିଥାଏ। ଲୋହ ରକ୍ତକଣିକା ମଧ୍ୟ ହ୍ରାସ ପାଇଥାଏ।
ଖାଦ୍ୟ ଖାଇବାର ତୁରନ୍ତ ପରେ କିମ୍ବା ଖାଦ୍ୟ ଖାଇବା ମଝିରେ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମରେ ସମସ୍ୟା ହୋଇଥାଏ। ପେଟ ଜନିତ ସମସ୍ୟା ହୋଇଥାଏ। ଏସିଡିଟି,ଗ୍ୟାଷ୍ଟ୍ରିକ ହୋଇଥାଏ। ଖାଦ୍ୟ ଖାଇବାର ୩୦ ମିନିଟ୍‍ ପରେ ପାଣି ପିଇବା ଉଚିତ।
ଖାଦ୍ୟ ଖାଇବା ପରେ ତୁରନ୍ତ ବ୍ୟାୟାମ କରିବା ଦ୍ୱାରା ପାଚନ ତନ୍ତ୍ର ଉପରେ ବିପରୀତ ପ୍ରଭାବ ପକାଇଥାଏ। ଫଳରେ ବାନ୍ତି ହେବା ସହ ପେଟରେ ଯନ୍ତ୍ରଣା ହୋଇଥାଏ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories