www.samajalive.in
Friday, December 5, 2025
26.1 C
Bhubaneswar

କଳା ଲୁଣର ଉପକାରିତା

ବିଭିନ୍ନ ପ୍ରକାର ପାରମ୍ପରିକ ଭାରତୀୟ ବ୍ୟଞ୍ଜନରେ କଳା ଲୁଣର ଉପଯୋଗ ହୋଇଥାଏ। ଏହାର ସ୍ବାଦ ଖୁବ୍ ଭଲ ହେବା ସହ ଶରୀର ପାଇଁ ମଧ୍ୟ ହିତକାରୀ। ଶରୀରର ମୁଖ୍ୟ ଅଙ୍ଗ ଭାବେ ଜଣାଯାଉଥିବା ପାକସ୍ଥଳୀରେ ସାମାନ୍ୟତମ ଅସୁବିଧା ହେଲେ ପୂରା ଶରୀର ଅସୁସ୍ଥ ହୋଇଥାଏ। ଏଣୁ ଯଥା ପରିମାଣରେ ଖାଦ୍ୟ ଖାଇଲେ କୌଣସି ଅସୁବିଧା ଉପୁଜି ନଥାଏ। ଆମ ଶରୀର ନିମନ୍ତେ ଅନ୍ୟତମ ମୁଖ୍ୟ ଆବଶ୍ୟକତା ହେଲା ଲୁଣ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟହ ଅଳ୍ପ ପରିମାଣର କଳା ଲୁଣ ନିଜ ଭୋଜନରେ ଉପଯୋଗ କଲେ ତାହା ସ୍ବାସ୍ଥ୍ୟ ଉପରେ ଖୁବ୍ ଭଲ ପ୍ରଭାବ ପକାଇଥାଏ।
ନିୟମିତ ଭାବେ ସକାଳୁ ୧ ଗିଲାସ ନଖ ଉଷୁମ ପାଣିରେ ଚିମୁଟାଏ କଳା ଲୁଣ ମିଶାଇ ପିଇଲେ ପେଟ ସମସ୍ୟା ଦୂର ହୋଇଥାଏ। ତେବେ ନିୟମିତ ଭାବେ ଏହି ଅଭ୍ୟାସ କଲେ ହିଁ ତାହାର ପ୍ରଭାବ ଜଣାପଡ଼େ।
ଅମ୍ଳ ରୋଗୀ ସକାଳବେଳା ଚା’ ପିଇବା ସମୟରେ ସେଥିରେ ସାମାନ୍ୟ କଳା ଲୁଣ ମିଶାଇ ପିଇବା ଖୁବ୍ ହିତକାରୀ ବୋଲି ପରୀକ୍ଷାରୁ ଜଣାପଡ଼ିଛି।
ଦୈନିକ କଳାଲୁଣ ମିଶା ପାଣି ପିଇଲେ ହାଡ଼ଜନିତ ସମସ୍ୟା ହୋଇନଥାଏ। ଏହା ସହ ହାଡ଼ ମଜବୁତ୍ ହୋଇ ଶରୀରରୁ କ୍ୟାଲସିୟମ୍‌ଜନିତ ଅଭାବ ଦୂର ହୋଇଥାଏ।
କଳା ଲୁଣ ପାଣି ପିଇବା ଦ୍ବାରା ଶରୀରରୁ ବ୍ୟାକ୍ଟେରିଆ ବାହାରିଯାଇ ଶରୀର ସୁସ୍ଥ ରହେ। ତେବେ ଅଧିକ ପରିମାଣର ଉପଯୋଗ ନ କରି, ଚିମୁଟାଏ କଳା ଲୁଣ ପ୍ରତ୍ୟହ ବ୍ୟବହାର କରିବା ସର୍ବୋତ୍ତମ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories