www.samajalive.in
Saturday, December 13, 2025
26.1 C
Bhubaneswar

ଗ୍ରାମାଞ୍ଚଳରେ ମୋବାଇଲ ସେବା ଅପହଞ୍ଚ

ବ୍ରଜରାଜନଗର: ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବର୍ତ୍ତମାନ ଦୁନିଆରେ ଅତ୍ୟନ୍ତ ଜରୁରୀ ହୋଇପଡିଛି । ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକରେ ସାମିଲ ହେବାକୁ ହେଲେ ଏହାର ବ୍ୟବହାର ଜରୁରୀ ହୋଇଛି। ହେଲେ ବର୍ତ୍ତମାନ ଡିଜିଟାଲ ଯୁଗରେ ଖଣି ଖାଦାନ ସମୃଦ୍ଧ ଅଂଚଳରେ ମୋବାଇଲ ନେଟୱର୍କ ଅପହଞ୍ଚ ରହିବା ଏକ ପ୍ରକାର ଆଶ୍ଚର୍ଯ୍ୟ ଓ ପରିତାପର ବିଷୟ ପାଲଟିଛି । ଗୋଟିଏପଟେ ବ୍ରଜରାଜନଗର ଓ ଅନ୍ୟପଟେ ସୁନ୍ଦରଗଡ କୋଇଲା ଖଣି ଯୋଗୁଁ ଝାରସୁଗୁଡା ଜିଲ୍ଲାର ସୀମାନ୍ତବର୍ତ୍ତୀ କେତେକ ଗ୍ରାମ ଭାରୀମାତ୍ରାରେ ପ୍ରଭାବିତ ହୋଇଥିଲେ ହେଁ ସେଠାରେ ଆଶାନୁରୂପ ଭାବେ ବିକାଶ  ହୋଉନଥିବା ଅଭିଯୋଗ ଅନେକ ହୋଇଆସୁଛି ।

ଝାରସୁଗୁଡା ଜିଲ୍ଲା ସୀମାନ୍ତ ସୁନ୍ଦରଗଡକୁ ଲାଗିକି ରହିଛି ଗୌଡ଼ମାଲ ପଂଚାୟତରେ ଏପରି କେତେକ ଗାଁ ଓ ଜନ ବସତି, ଯେଉଁଠାରେ ୪/୫ଜି ସେବା ତ ଦୂରର କଥା ସାଧାରଣ ମୋବାଇଲ ନେଟୱର୍କ ଏ ପର୍ଯ୍ୟନ୍ତ ଅପହଞ୍ଚ ପାଲଟିଛି । ବନ ପାହାଡ଼ ଘେରାରେ ରହିଛି ଗୌଡ଼ମାଲ ପଂଚାୟତର ବଡ଼ ଯୋବ, ଜଳହରି ପଡା, ଜାମକାନି, ମଧୁପୁର, ଛାପଲଡ଼ିହି, ନୂଆମୁଣ୍ଡା, ଦିଲ୍ଲୀ ନଗର ଆଦି ଗ୍ରାମ । ମୋଟ ୧୦୦୦ରୁ ଊର୍ଦ୍ଧ୍ଵ ମତଦାତା ବିଶିଷ୍ଟ ଏହି ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୁଡିକର ଲୋକମାନେ ଅଧିକାଂଶ ଦିନ ମଜୁରିଆ । ତେବେ ମନରେଗା, ଭତ୍ତା, କୃଷି କାର୍ଯ୍ୟ ତଥା ଅନେକ ସରକାରୀ ଯୋଜନାର ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ ଥିଲେ ସୁଦ୍ଧା ସେମାନେ ଏହାର ବ୍ୟବହାରରୁ ବଞ୍ଚିତ ରହୁଛନ୍ତି ।

- Advertisement -

ସେହିପରି ନେଟୱାର୍କ ଅଭାବରୁ ଦୂର ଦୁରାନ୍ତରେ ଥିବା ସମ୍ପର୍କୀୟ କିମ୍ୱା କୌଣସି ଅଘଟଣ ହେଲେ ଅନ୍ୟ କାହାକୁ ଯୋଗାଯୋଗ କରିବାରେ ଅସମର୍ଥ ଅଟନ୍ତି । ଯାହା କାରଣରୁ ଉକ୍ତ ଅଂଚଳରେ ବସବାସ କରୁଥିବା ଲୋକମାନେ ବହୁ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀ ସମୟରେ ଏହି ଗ୍ରାମର ଲୋକମାନେ ଗାଁ ଠାରୁ କିଛି କିଲୋମିଟର ଦୂର ଆସି ମୋବାଇଲ ଯୋଗେ କଥାବାର୍ତ୍ତା କରିଥାନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଅପରପକ୍ଷରେ ଅନେକ ବର୍ଷ ହେଲେ ଏ ସମସ୍ୟା ଲାଗି ରହିଥିବାରୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେବାକୁ ଲୋକେ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories