www.samajalive.in
Saturday, December 13, 2025
26.1 C
Bhubaneswar

ସରକାରଙ୍କ ସ୍ମାର୍ଟ ସ୍କୁଲ, ଉପର ଚିକ୍କଣ.. ଭିତର ଫମ୍ପା !

ରେଙ୍ଗାଲିକ୍ୟାମ୍ପ: ସରକାରଙ୍କ ଉନ୍ନତି ପଛର ନଗ୍ନ ଚିତ୍ର । ସଫଳତା ପଛର ବଡ଼ ବଫଳତା । ବର୍ଷା ପାଣିରେ ଉବୁଟୁବୁ ହେଉଛି ବରଗଡ଼ ଜିଲ୍ଲା ଅତାବିରା ବ୍ଲକରେ ଥିବା ଲରମ୍ଭା ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟ ୧୯୩୮ ମସିହାରେ ହୋଇଥିବା ବେଳେ ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୧୦ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଅସରାଏ ବର୍ଷା ହେଲେ ସ୍ଥିତି ନକହିବା ଭଲ । କାରଣ ଅଶରାଏ ବର୍ଷାରେ ଭାସୁଛି ସ୍ମାର୍ଟ ସ୍କୁଲ ।  ପାଠ ପଢ଼ିବା ପାଇଁ ପିଲାଙ୍କୁ ଆସିବାକୁ ପଡ଼ୁଛି ଆଣ୍ଠୁଏ ଆଣ୍ଠୁଏ ପାଣିରେ ।

ପିଲାମାନେ ଏହି ପାଣି ଭିତରେ ପଶି ବିଦ୍ୟାଳୟକୁ ଆସୁଛନ୍ତି । ବର୍ଷା ପାଣି ଜମି ରହିଥିବାରୁ ପାଠ ପଢ଼ାରେ ମଧ୍ୟ ବାଧା ଉପୁଜୁଛି । ଖାଲି ସେତିକି ନୁହେଁ ବିଷାକ୍ତ ସାପ ମଧ୍ୟ ସ୍କୁଲ ଭିତରକୁ ପଶି ଆସୁଛନ୍ତି । ଗତକାଲି ଗୋଟିଏ ଦିନରେ ସ୍କୁଲରେ ୫ଟି ବିଷଧର ସାପକୁ ମରାଯାଇଛି । ସେପଟେ ମଧ୍ୟହ୍ନ ଭୋଜନ ପାଇଁ ଏହି ୫ଟି ସ୍କୁଲରେ ଘର ନାହିଁ । ବାହାରେ ରୋଷେଇ ହେଉଥିବା ବେଳେ ବର୍ଷା ହେଲେ ବସି ଖାଇବାକୁ ମଧ୍ୟ ଯାଗା ପାଉନାହାନ୍ତି ଛାତ୍ରଛାତ୍ରୀ ।

- Advertisement -

ଏଠାରେ ପାଠ ପଢ଼ି ଏହି ସ୍କୁଲର ପିଲା ନେତା,ଅଭିନେତା ,ଡାକ୍ତର ଓ ଇଞ୍ଜିନିୟର ହୋଇଛନ୍ତି । ଆଉ ସରକାରଙ୍କ ପକ୍ଷରୁ ସ୍ମାର୍ଟ ସ୍କୁଲର ସାର୍ଟିଫିକେଟ୍ ମିଳିଛି । ହେଲେ ବାସ୍ତବରେ ସରକାରଙ୍କ ଏହି ସ୍ମାର୍ଟ ସ୍କୁଲ କେତେ ଯେ ସ୍ମାର୍ଟ ତାହା ଲୋକଙ୍କ ନଜରକୁ ଆସିଛି । ଯଦି ସରକାର ଏଥି ପ୍ରତି ଧ୍ୟାନ ଦିଅନ୍ତେ ତେବେ ଏହି ସ୍କୁଲର ଥିବା ସମସ୍ତ ସମସ୍ୟା ଦୂର ହୋଇପାରନ୍ତା । ଆଉ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରନ୍ତେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories