www.samajalive.in
Monday, December 8, 2025
27.1 C
Bhubaneswar

ଦହି ସହ ଚିନି ମିଶାଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର

ହିନ୍ଦୁଧର୍ମରେ ଏକ ପରମ୍ପରା ରହିଛି ଯେ, ଯେକୌଣସି ଶୁଭ କାମ କରିବାକୁ ଯିବା ପୂର୍ବରୁ ମିଠା ଦହି ଖାଇବା ଉଚିତ। ଧାର୍ମିକ ମାନ୍ୟତା ଅନ୍‍ୁଯାୟୀ, ଏପରି କରିବା ଦ୍ୱାରା ଆପଣ କରିବାକୁ ଯାଉଥିବା କାର୍ଯ୍ୟରେ ସଫଳତା ମିଳିଥାଏ। ଏପରି କରିବାର ଅନେକ ବୈଜ୍ଞାନିକ କାରଣ ରହିଛି। ଆସନ୍ତୁ ଜାଣିବା ଶୁଭ କାମ ବେଳେ ମିଠା ଦହି ଖାଇବାର ପରମ୍ପରା ବିଷୟରେ ..
ଯେତେବେଳେ ଜଣେ ବ୍ୟକ୍ତି କୌଣସି ବିଶେଷ କାର୍ଯ୍ୟ କରିବା ପାଇଁ ବାହାରକୁ ଯାଏ ସେତେବେଳେ ତାଙ୍କୁ ଦିନ ସାରା କାମ କରିବା ପାଇଁ ଶକ୍ତି ଦରକାର ହୋଇଥାଏ।
ଯଦି ଘରୁ ବାହାରିବା ବେଳେ ଗୋଟିଏ ଛୋଟ ପାତ୍ର ଦହି ଖାଇ ଯିବା ତେବେ ଏହା ଶରୀରକୁ ଶକ୍ତି ଯୋଗାଇଥାଏ।
ଦହିରେ ପ୍ରଚୁର ପରିମାଣରେ ପ୍ରୋଟିନ ଅଛି। ଏହା ସ୍ୱାସ୍ଥ୍ୟ ନିମନ୍ତେ ପୋଷକ ଖାଦ୍ୟ ମଧ୍ୟ ଅଟେ। ଦହିରେ ପ୍ରୋଟିନ ସହ କ୍ୟାଲସିୟମ, ରାଇବେଫ୍ଲୋବିନ, ଭିଟାମିନ ବି୬ ଓ ଭିଟାମିଦ ବି୧୨ ମଧ୍ୟ ରହିଛି। ଏହା ଶରୀରକୁ ଶକ୍ତି ଯୋଗାଇବାରେ ସହାୟକ ହୋଇଥାଏ।
ଦହିରେ ଚିନି ମିଶାଇ ମିଠା ଦହି ପ୍ରସ୍ତୁତ କରାଯାଇଥାଏ। ଚିନି ଖାଇବା ଦ୍ୱାରା ଶରୀରକୁ ଗ୍ଲୁକୋଜ ମିଳିଥାଏ। ଏହା ଶରୀର ପାଇଁ ଆବଶ୍ୟକ ଅଟେ।

- Advertisement -

ଖରାଦିନରେ ଘରୁ ବାହାରି ଯିବା ବେଳେ ଅଳ୍ପ ଟିକେ ଚିନି ଖାଇବା ଦ୍ୱାରା ଖାଦ୍ୟ ହଜମ ହେବାରେ ସମସ୍ୟା ହୋଇ ନଥାଏ।
ଦହି ଓ ଚିନି ଏକା ସହ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଥକ୍କାପଣ ମଧ୍ୟ ଦୂର ହୋଇଥାଏ।
ଦହି ଖାଇବା ଦ୍ୱାରା ହାଡ ଶକ୍ତ ହୋଇଥାଏ। ପେଟଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଦହି ସହ ଚିନି ମିଶାଇ ଖାଇବା ଦ୍ୱାରା ଏହା ଶରୀରକୁ ପର୍ଯ୍ୟାପ୍ତ ପରିମାଣର ପୋଷକ ଯୋଗାଇଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories