www.samajalive.in
Saturday, December 13, 2025
26.1 C
Bhubaneswar

ପ୍ଲାଣ୍ଟେସନ କ୍ଲବ ପକ୍ଷରୁ ଚାରା ରୋପଣ

ପିପିଲି: ‘ବୃକ୍ଷ ହିଁ ଜୀବନ, ଗଛ ଲଗାଅ ଜୀବନ ବଞ୍ଚାଅ’ ବାର୍ତ୍ତା ନେଇ ପୁରୀ ଜିଲା ପ୍ଲାଣ୍ଟେସନ କ୍ଲବ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପ୍ଲାଣ୍ଟେସନ କ୍ଲବର ଆବାହକ ଜନ୍ମେଜୟ ଜେନାଙ୍କ ନେତୃତ୍ୱରେ ହାଟସାହି ପଞ୍ଚାୟତ ପାର୍କ ଓ ଦାନଗହିର ସ୍କୁଲରେ ଆମ୍ବ, ବର ଓ ଅଶ୍ୱସ୍ଥ ଆଦି ଚାରା ରୋପଣ କରାଯାଇଛି। ସ୍ଥାନୀୟ ଅଞ୍ଚଳର ୧୦ଜଣ ବୃକ୍ଷ ପ୍ରେମୀଙ୍କୁ ଉକ୍ତ ଚାରାଗୁଡିକର ଯତ୍ନ ନେବାକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଜଗନ୍ନାଥପୁର ପଞ୍ଚାୟତରେ ୨୦ଟି ଆମ୍ବ ଚାରା ରୋପଣ କରାଯାଇଥିଲା। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କଣ୍ଠ, ନରେନ୍ଦ୍ର ବିଶ୍ୱାଳ, ସମାଜସେବୀ ମଦନ ପଣ୍ଡା, କାଶୀନାଥ ପାଣ୍ଡେ, ଭରତ ଚନ୍ଦ୍ର ବିଶ୍ୱାଳ, ପ୍ରକାଶ ପଟ୍ଟାୟତ, ପ୍ରଫୁଲ୍ଲ ପଣ୍ଡା, ନରେନ୍ଦ୍ର ବିଶ୍ୱାଳ, ବାଉରୀବନ୍ଧୁ ସେଠୀ ପ୍ରମୁଖ ବୃକ୍ଷପ୍ରେମୀଙ୍କୁ ଉକ୍ତ ଚାରାଗୁଡିକର ଯତ୍ନ ନେବାକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ୨ହଜାର ଚାରା ରୋପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସଂପର୍କରେ ପ୍ଲାଣ୍ଟେସନ କ୍ଲବର ଆବାହକ ଶ୍ରୀ ଜେନା ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସମାଜସେବୀ ରାଧାମୋହନ, ସଦାଶିବ ପରିଡ଼ା, ସୁରେଶ ମହାରଣା, ଦେବାଶିଷ ଦିକ୍ଷୀତ, ସେକ୍‍ ସାହିଲ, ନରେନ୍ଦ୍ର ବିଶ୍ୱାଳ, ବୀରକିଶୋର ସାହୁ, ସନ୍ତୋଷ କୁମାର ସେଠୀ, ସୁକାନ୍ତ ସ୍ୱାଇଁ, ଅଲେଖ ଦାସ, ଭାଗିରଥି ନାୟକ, ଅରୁଣ ବାରିକ ଓ ପ୍ରସନ୍ନ ଜେନା ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ଚାରାରୋପଣରେ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories