www.samajalive.in
Friday, December 12, 2025
27.1 C
Bhubaneswar

ଶିରିପୁର ସେବାଶ୍ରମରେ ୭୩ତମ ବନମହୋତ୍ସବ ପାଳିତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଶିରିପୁର ଉଚ୍ଚ ମାଧ୍ୟମିକ ବାଳିକା ବିଦ୍ୟାଳୟ ପରିସରରେ କଲ୍ୟାଣସିଂହପୁର ବନାଞ୍ଚଳ ଓ ଶିରିପୁର ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ୭୩ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ  ତାପସ  କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍ସବରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସୀତାରାମ କାଡ୍ରାକା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ଚି଼ଛୁଆନ, ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସରଜା କୁମାର ମହାପାତ୍ର, ବରିଷ୍ଠ ଶିକ୍ଷକ  ଦେବାଶିଷ ସାମଲ, ଗୌରୀଶଙ୍କର ସାହୁ, ସୁରଥ ଶବର, ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ବନପାଳ ଦୀନବନ୍ଧୁ ଶବର,  ସହଦେଵ ରାଉତ, ବନରଖି ଅକ୍ଷୟ ମିଶ୍ର, ସୁବାସ ଶବର,  ବୀରଦଳେଇ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ।
ସମସ୍ତଙ୍କ ମିଳିତ ପ୍ରୟାସରେ ବିଦ୍ୟାଳୟ ପରିସରରେ ଆମ୍ବ, ନିମ୍ବ, କରଞ୍ଜ, ଅମୃତଭଣ୍ଡା, ପିଜୁଳି, ବଉଳ, ପଣସ ଆଦି ଅନେକ ବୃକ୍ଷ ରୋପଣ କରାଯାଇଥିଲା ଏବଂ ସମସ୍ତ ଗଛରେ ସମ୍ପୂର୍ଣ୍ଣ ଯତ୍ନ ନେବା ପାଇଁ ଛାତ୍ରୀମାନେ ଶପଥ ନେଇଥିଲେ । ଗଛଟିଏ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁ ବୋଲି ବାର୍ତ୍ତା ରହିଥିଲା ।  ସେହିପରି  ସୁନାଖଣ୍ଡି ପଞ୍ଚାୟତରେ ଥିବା ଜଗନ୍ନାଥପୁର ସରକାରୀ ଉଚ୍ଚ  ବିଦ୍ୟାଳୟ ପରିସରରେ ମଧ୍ୟ ବିଭିନ୍ନ ଚାରା ରୋପଣ କରାଯାଇଛି । ଜୁଲାଇ ୧ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କରାଯାଉଛି ବୋଲି ବନବିଭାଗ ପକ୍ଷରୁ ଜଣାପଡିଛି ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories