www.samajalive.in
Saturday, December 13, 2025
15.1 C
Bhubaneswar

୩ ବର୍ଷ ମଧ୍ୟରେ ନକ୍ସଲଙ୍କୁ ବିନାଶ କରାଯିବ: ରାଜନାଥ

ନୂଆଦିଲ୍ଲୀ : ଆଗାମୀ ତିନି ବର୍ଷ ମଧ୍ୟରେୁ ଦେଶରୁ ବାମପନ୍ଥୀ ବିଚ୍ଛିନ୍ନତାବାଦୀ ବା ନକ୍ସଲଙ୍କୁ ସମୂଳେ ବିନାଶ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ରବିବାର ରାପିଡ ଆକ୍ସନ ଫୋର୍ସ (ଆରପିଏଫ୍‍)ର ୨୬ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗ ଦେଇ ରାଜନାଥ ଏହା କହିଛନ୍ତି। ସେ କହିଛନ୍ତି ଯେ ଦେଶରୁ ନକ୍ସଲଙ୍କୁ ବିନାଶ ଲାଗି ଆଉ ବେଶୀଦିନ ଲାଗିବ ନାହିଁ। ସମ୍ଭବତଃ ୨-୩ବର୍ଷ ମଧ୍ୟରେ ଏହି ସଫଳତା ମିଳିବ। ସିଆରପିଏଫ୍‍ ଯବାନଙ୍କ ନିଷ୍ଠା, ସାହସ ଓ କଠିନ ପରିଶ୍ରମ ସହିତ ରାଜ୍ୟ ପୁଲିସର ସହଯୋଗ ଯୋଗୁଁ ଏହା ସଫଳ ହେବାକୁ ଯାଉଛି। ଏକଦା ଦେଶର ୧୨୬ଟି ଜିଲା ନକ୍ସଲ ପ୍ରଭାବିତ ବୋଲି ଚିହ୍ନଟ କରାଯାଇଥିଲା। ଏବେ ଏହି ଜିଲା ସଂଖ୍ୟା ୧୦ରୁ ୧୨ ମଧ୍ୟରେ ସୀମିତ ରହିଛି। ଚଳିତବର୍ଷ ୧୩୧ ନକ୍ସଲ ଓ ଆତଙ୍କବାଦୀଙ୍କୁ ହତ୍ୟା କରାଗଲାଣି। ୧୨୭୮ଜଣଙ୍କୁ ଗିରଫ କରାଯାଇଥିବାବେଳେ ୫୮ଜଣ ଆତ୍ମସମର୍ପଣ କରିଛନ୍ତି। କାଶ୍ମୀର ପ୍ରସଙ୍ଗରେ ରାଜନାଥ କହିଛନ୍ତି ଯେ କାଶ୍ମୀର ଆମର, ଆମର ଥିଲା ଓ ଆମର ହୋଇରହିବ। ବିଶ୍ୱର କୌଣସି ଶକ୍ତି ଏହାକୁ ଆମ ଠାରୁ ଛଡାଇ ନେଇପାରିବ ନାହିଁ। ଆରପିଏଫ୍‍ ହେଉଛି ସିଆରପିଏଫ୍‍ର ଏକ ସ୍ୱତନ୍ତ୍ର ବାହିନୀ। ୧୯୯୨ ଅକ୍ଟୋବରରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଏଥିରେ ଏବେ ୧୦,୦୦୦ ଯବାନ ଅଛନ୍ତି। ଏହା ଦଙ୍ଗା, ଉଦ୍ଧାର ଓ ରିଲିଫ କାର୍ଯ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟରେ ମୁତୟନ ହୋଇଥାନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories