www.samajalive.in
Sunday, December 14, 2025
23.1 C
Bhubaneswar

କ୍ଷୀରରେ ମିଶୁଛି ଡିଟରଜେଣ୍ଟ ! ଚାଷୀଙ୍କ ଉପରେ ୯ଲକ୍ଷ ୩୩ହଜାର ଟଙ୍କା ଜରିମାନା

ମେରଠ: ଆପଣ କ୍ଷୀର ପିଉଛନ୍ତି କି ? ଆପଣ ପିଉଥିବା କ୍ଷୀର କେତେ ଶୁଦ୍ଧ ? ଶୁଦ୍ଧତାର କଥା ଯଦି ଆପଣ ଜାଣିବେ ତେବେ ଆପଣ ନିଶ୍ଚୟ ଚକିତ ହୋଇଯିବେ । କାରଣ ପ୍ରତ୍ୟେକ ଦିନ ଆପଣ ପିଉଥିବା କ୍ଷୀରରେ ରହିଛି ଡିଟରଜେଣ୍ଟ । ଏଭଳି ଏକ ଅଭିଯୋଗ ଆସିବା ପରେ କିଛି ଦୁଗ୍ଧ ଚାଷୀଙ୍କ ଉପରେ ୯ଲକ୍ଷ ୩୩ହଜାର ଟଙ୍କା ଜରିମାନା କରାଯାଇଛି ।

ସୂଚନା ମୁତାବକ ଅପ୍ରିଲ ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ପରୀକ୍ଷା ପାଇଁ ୨୦୭ଟି କ୍ଷୀରର ନମୁନା ନିଆଯାଇଥିଲା । ସେଥିମଧ୍ୟରୁ ୧୪୪ଟି କ୍ଷୀରର ରିପୋର୍ଟ ଆସିଛି । ଯେଉଁଥିରେ ୫୬ଟି କ୍ଷୀରର ନମୁନା ଅପମିଶ୍ରିତ ବୋଲି ଜଣାପଡ଼ିଛି । ରିପୋର୍ଟରେ ଦର୍ଶାଯାଇଛି କି ୧୬ଟି ନମୁନାରେ ଡିଟରଜେଣ୍ଟ ମିଶାଯାଇଛି । ଅନ୍ୟ ୪୦ଟି କ୍ଷୀରର ମାନ ଠିକ୍‌ ନଥିବା କୁହାଯାଇଛି ।

- Advertisement -

ଏନେଇ ଖାଦ୍ୟ ବିଭାଗର ସହକାରୀ କମିଶନର ଅର୍ଚ୍ଚନା ଧୀରାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସମୟ ସମୟରେ କ୍ଷୀର ନମୁନା ନିଆଯାଏ । କ୍ଷୀରରେ ଡିଟରଜେଣ୍ଟ ଗୁଡିକର ଚିହ୍ନ ହେଖିବାକୁ ମିଳିଛି । କ୍ଷୀର ରଖିବା ପାଇଁ ବ୍ୟବହୃତ ପାତ୍ରକୁ ସଫା ନକରିବା କାରଣରୁ ଏପରି ଚିହ୍ନ ଦେଖାଯାଇଛି । ଏଥି ସହ ସେ କ୍ଷୀରର ଶୁଦ୍ଧତାକୁ ନେଇ କିଛି ବିବୃତ୍ତି ମଧ୍ୟ ରଖିଥିଲେ ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories