www.samajalive.in
Monday, December 8, 2025
24.1 C
Bhubaneswar

ଜାଣନ୍ତୁ ଡାଲି –ଭାତରେ ଲୁଚି ରହିଛି ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ

ଭାତ-ଡାଲି ସବୁଠାରୁ ଉତ୍ତମ ଖାଦ୍ୟ । ସମୟର ଅଭାବ ଓ ଜଲଦି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଚାହୁଁଥିଲେ ଭାତ-ଡାଲି ସବୁଠାରୁ ଉତ୍ତମ ଖାଦ୍ୟ । ଛୋଟ ପିଲାଙ୍କ ଶାରୀରିକ ବୃଦ୍ଧି ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଭାତ ଓ ଡାଲି ଖୁଆଇବା ପାଇଁ ପରାମର୍ଶ ଦେଇଥାଆନ୍ତି । ଡାଲିରେ ଭରପୁର ପରିମାଣରେ ପ୍ରୋଟିନ ରହିଛି । ତେଣୁ ପିଲାଙ୍କ ଶାରୀରିକ ବୃଦ୍ଧି ପାଇଁ ଏହା ବେଶ ସହାୟକ ହୋଇଥାଏ । ଜାଣନ୍ତୁ ଏହି ଡାଲି-ଭାତକୁ କେଉଁ କାରଣରୁ ପୋଷକଯୁକ୍ତ ଆହାର କୁହାଯାଏ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଓଜନ ହ୍ରାସ ପାଇଁ ଯେଉଁମାନେ ପ୍ରୟାସ କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ବରଦାନ। ଲଗାତାର ୪ ସପ୍ତାହ ରାତିରେ ଅଳ୍ପ ପରିମାଣରେ ଭାତ-ଡାଲି ଖାଆନ୍ତୁ। ଏକ ମାସ ନିୟମିତ ଭାତ ଡାଲି ଖାଇବା ଦ୍ୱାରା ନିଜେ ଏହାର ଚମତ୍କାର ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ଭାତ ତୁଳନାରେ ଡାଲି ସାମାନ୍ୟ ଅଧିକ ମାତ୍ରାରେ ଖାଇବାକୁ ପଡିବ। ଭାତ ପାଇଁ ଧଳା ପରିବର୍ତ୍ତେ ବ୍ରାଉନ ରାଇସ ବ୍ୟବହାର କରି ପାରିବେ।
ଡାଲିରେ ସମସ୍ତ ପ୍ରକାରର ପ୍ରୋଟିନ,ଫାଇବର,ଭିଟାମିନ,କ୍ୟାଲସିୟମ ଆଦି ରହିଛି। ଭାତ ଓ ଡାଲିରେ ସାମାନ୍ୟ ଘିଅ ମିଶାଇ ଖାଇବା ଦ୍ୱାରା ଏହାକୁ ଏକ ସନ୍ତୁଳିତ ଆହାର ବୋଲି କୁହାଯାଏ। ଶୁଦ୍ଧ ଘିଅରେ ଭିଟାମିନ ଏ, ଡି.ଇ ଓ କେ ରହିଛି, ଯାହା ଶରୀର ବିକାଶ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ।
ଭାତ ଡାଲି ସହ ସାମାନ୍ୟ ମାତ୍ରାରେ ଘିଅ ମିଶାଇ ଖାଇବା ଦ୍ୱାରା ପାଚନ ପାଇଁ ଖୁବ ଉପକାରୀ ହୋଇଥାଏ। ଏଥିରେ ଥିବା ପ୍ରୋଟିନ ମାଂସପେଶୀ ତିଆରି ପାଇଁ ଖୁବ ଜରୁରୀ।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories