www.samajalive.in
Saturday, December 6, 2025
26.1 C
Bhubaneswar

ଗ୍ରାହକଙ୍କୁ ଆଶ୍ୱସ୍ତି ; କମିଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ : କମିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟରେ ୧୯୮ ଟଙ୍କା ହ୍ରାସ ହୋଇଛି। ଏହା ଜୁଲାଇ ୧ ଠାରୁ ଲାଗୁ କରାଯାଉଛି। ଏହା ଦ୍ୱାରା ଗ୍ରାହକଙ୍କୁ ଏକ ବଡ ଆଶ୍ୱସ୍ତି ମିଳିଛି। କମ୍ପାନୀ ଗୁଡିକ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରି ନାହାଁନ୍ତି। ଆଜି ୧ ଜୁଲାଇ ୨୦୨୨ରୁ ନୂଆ ଦର ଲାଗୁ କରାଯାଇଛି।
ଉପଭୋକ୍ତାମାନେ ବ୍ୟବସାୟିକ ସିଲିଣ୍ଡରକୁ ପୂର୍ବରୁ ୨,୨୧୯ ଟଙ୍କା ଦେଇ କିଣିଥିଲେ। ଏବେ ସେହି ମୂଲ୍ୟରୁ ୧୯୮ ଟଙ୍କା କମ ଦେବେ। ୧୯ କିଗ୍ରା ସିଲିଣ୍ଡର ପାଇଁ ବର୍ତ୍ତମାନ ଗ୍ରାହକ ୨,୦୨୧ ଟଙ୍କା ଦେବାକୁ ପଡିବ।
ଏହା ପୂର୍ବରୁ ଏକ ଜୁନରେ ମଧ୍ୟ ଗ୍ୟାସ କମ୍ପାନୀ ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ କରିଥିଲେ। ସେହି ସମୟରେ କମ୍ପାନୀ ଗୁଡିକ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୩୫ ଟଙ୍କା ସିଲିଣ୍ଡର ପ୍ରତି ହ୍ରାସ କରିଥିଲେ। ଯାହା ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୨୧୯ ଟଙ୍କା ହୋଇଯାଇଥିଲା।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories