ଜାଣନ୍ତୁ : କେଉଁପାତ୍ରରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ

ସ୍ୱାସ୍ଥ୍ୟ ଓ ତ୍ୱଚାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଏଥିପାଇଁ ପାଣିର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ। ମାତ୍ର ପାଣିକୁ ଭୁଲ ଶୈଳୀରେ ଓ ଭୁଲ ପାତ୍ରରେ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଭୁଲ ପାତ୍ରରେ ପିଇବା ଦ୍ୱାରା କେମିକାଲ ଓ ଅନ୍ୟ କେତେକ କଣିକା ଶରୀର ଭିତରକୁ ଯାଇଥାଏ। ଏଭଳି କ୍ଷେତ୍ରରେ ସଠିକ ପାତ୍ରରେ ପାଣି ପିଇବା ଖୁବ ଜରୁରୀ। ନିଜକୁ ସୁସ୍ଥ ରଖିବା ପାଇଁ ସଠିକ ପାତ୍ରରେ ପାଣି ପିଅନ୍ତୁ। ଜାଣନ୍ତୁ….
ପାଣି ପିଇବା ପାଇଁ ଗ୍ଲାସ ଏକ ଉତ୍ତମ ବିକଳ୍ପ। କାଚ ଗ୍ଲାସରେ ପାଣି ରଖିବା ଦ୍ୱାରା ଏହା ପାଣିର ଗୁଣକୁ ନଷ୍ଟ କରିନଥାଏ। ତେଣୁ କାଚ ଗ୍ଲାସରେ ପାଣି ପିଇବା ଦ୍ୱାରା ଶରୀରର କୌଣସି କ୍ଷତି ହୋଇନଥାଏ।
ତମ୍ବା ଏକ ଧାତୁ। ଏହା ଏପରି ଏକ ଧାତୁ ଯାହା ଖୁବ ପୁରାତନ ସମୟରୁ ବ୍ୟବହାର ହୋଇ ଆସୁଛି। ପାଣି ଅଧିକ ସମୟ ଧରି ତମ୍ବା ପାତ୍ରରେ ରଖିବା ଦ୍ୱାରା ତମ୍ବାରେ ଥିବା ଛୋଟ ଛୋଟ କଣିକା ପାଣିରେ ମିଶି ଯାଇଥାଏ। ଏହି ପାଣି ପିଇବା ଦ୍ୱାରା ଶରୀରକୁ ବିଭିନ୍ନ ରୋଗରୁ ଦୂରେଇ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଶରୀର ପାଇଁ ଅନେକ ଉପକାର ମଧ୍ୟ କରିଥାଏ।
ପାଣି ପିଇବା ପାଇଁ ପ୍ଲାଷ୍ଟିକରେ ନିର୍ମିତ ବୋତଲ କିମ୍ବା ଗ୍ଲାସକୁ ସବୁଠାରୁ ଅଧିକ ବ୍ୟବହାର କରାଯାଏ। ବନ୍ଦ ହୋଇଥିବା ଅବସ୍ଥାରେ ପ୍ରାୟତଃ ପ୍ଲାଷ୍ଟିକ ବୋତଲରେ ପାଣି ଥିବା ହିଁ ଦେଖାଯାଏ। ମାତ୍ର ପ୍ଲାଷ୍ଟିକ ବୋତଲକୁ ଅଧିକ ଦିନ ଯାଏଁ ବ୍ୟବହାର କରିବା ଉଚିତ ନୁହେଁ। ଏହା ପାଣି ଗୁଣକୁ ନଷ୍ଟ କରିଥାଏ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ। ଖୁବ କମ ସମୟ ପାଇଁ ପ୍ଲାଷ୍ଟିକ ବୋତଲକୁ ବ୍ୟବହାର କରି ପାରିବେ।
ଷ୍ଟିଲ୍‍ ଗ୍ଲାସରେ ମଧ୍ୟ ପାଣି ପିଇଥାଆନ୍ତି। ଏହା ଏକ ଲୋକପ୍ରିୟ ଧାତୁ। ଏହାକୁ ଅଧିକ ଦିନ ଯାଏଁ ମଧ୍ୟ ବ୍ୟବହାର କରାଯାଇଥାଏ। ଷ୍ଟିଲ୍‍ ଗ୍ଲାସ ଓ ପାଣି ବୋତଲକୁ ଅଧିକାଂଶ ପାଣି ପିଇବାକୁ ବ୍ୟବହାର କରିବା ପାଇଁ ପସନ୍ଦ କରିଥାଆନ୍ତି। ଏଥିରେ ମଧ୍ୟ ପାଣି ଗୁଣ ନଷ୍ଟ ହୋଇନଥାଏ। ଉନ୍ନତ ଧରଣର ଷ୍ଟିଲ୍‍ ବ୍ୟବହାର କରିବା ଦ୍ୱାରା ଅଧିକ ଲାଭକାରୀ ହୋଇଥାଏ।
ମାଟିରେ ତିଆରି ପାଣି ବୋତଲରେ କ୍ଷତିକାରକ କେମିକାଲ ନଥାଏ। ମାଟିରେ ତିଆରି ବୋତଲରେ ପାଣି ପିଇବା ଦ୍ୱାରା ମେଟାବୋଲିୟମ ସଠିକ ରହିଥାଏ। ଏଥିରେ ପାଣି ପିଇବା ଦ୍ୱାରା ଏସିଡିଟି ଦୂର ହୋଇଥାଏ। ଗ୍ୟାଷ୍ଟ୍ରିକ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ମାଟିପାତ୍ର କିମ୍ବା ମାଟି ପାଣି ବୋତଲ ବ୍ୟତୀତ ଅନ୍ୟ କୌଣସି ପାତ୍ର ପାଣିକୁ ପ୍ରାକୃତିକ ଭାବେ ଥଣ୍ଡା ରଖିନଥାଏ। ବିଶେଷ କରି ଖରାଦିନେ। ଖରାଦିନେ ମାଟିରେ ତିଆରି ମାଠିଆ କିମ୍ବା ବୋତଲରେ ଓ ପାତ୍ରରେ ପାଣି ପିଇବା ଦ୍ୱାରା ଖୁବ ଥଣ୍ଡା ଲାଗିବା ସହ ପେଟକୁ ମଧ୍ୟ ଥଣ୍ଡା କରିଥାଏ। ଏଥିରେ ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ପରିବେଶ ପାଇଁ ମଧ୍ୟ କ୍ଷତିକାରକ ହୋଇନଥାଏ।
ପାଣି ପିଇବା ପାଇଁ ତମ୍ବା, କାଚ ଓ ମାଟି ଏହି ତିନି ବାସନ ଖୁବ ଉତ୍ତମ। ଏହି ସମସ୍ତ ବାସନରେ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ।

Comments are closed.