www.samajalive.in
Saturday, December 13, 2025
15.1 C
Bhubaneswar

ମହାରାଷ୍ଟ୍ର ରାଜନୀତିରେ ବଡ଼ ଖବର, ଉଦ୍ଧବ ସରକାର ବହୁମତ ସାବ୍ୟସ୍ତ କରନ୍ତୁ ଦାବି କଲେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ

ମୁମ୍ବଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ଖବର। ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ। ଉଦ୍ଧବ ସରକାର ଏବେ ଅଳ୍ପମତରେ ଥିବା ଜଣାଇଲେ ଫଡନାଭିସ। ଶିବସେନାର ୩୯ ବିଧାୟକ ଏବେ ରାଜ୍ୟ ବାହାରେ ଅଛନ୍ତି। ୩୯ ବିଧାୟକ ଏବେ ଏମଭିଏ ସରକାର ସହିତ ନାହାନ୍ତି। ଏନସିପି ଏବଂ କଂଗ୍ରେସ ସହ ରହିବାକୁ ଚାହଁୁନାହାନ୍ତି ୩୯ ବିଧାୟକ। ଉଦ୍ଧବ ସରକାର ବହୁମତ ସାବ୍ୟସ୍ତ କରୁ ବୋଲି ଦାବି କଲେ ଦେବେନ୍ଦ୍ର ଫଡନାଭିସ। ପୂର୍ବରୁ ୮ଜଣ ନିର୍ଦ୍ଦଳୀୟ ବିଧାୟକ ମଧ୍ୟ ବହୁମତ ସାବ୍ୟସ୍ତ ଦାବି କରି ସାରିଛନ୍ତି। ଇ-ମେଲ ଯୋଗେ ବହୁମତ ସାବ୍ୟସ୍ତ ଦାବି କରିଛନ୍ତି ୮ ନିର୍ଦ୍ଦଳୀୟ ବିଧାୟକ।
ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଭିତରେ ଆଜି ରାତିରେ ହଠାତ୍‌ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ। ସେ ଆଜି ମଧ୍ୟାହ୍ନରେ ଦିଲ୍ଲୀ ଯାଇଥିଲେ। ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ କରିଥିଲେ। ସନ୍ଧ୍ୟାରେ ଦିଲ୍ଲୀରୁ ଫେରିବା ପରେ ସିଧା ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଛନ୍ତି।

ଏହି ସମୟରେ ବିଜେପିର ବିଧାୟକମାନେ ମଧ୍ୟ ଫଡନାଭିସଙ୍କ ସହ ରାଜଭବନକୁ ଯାଇଥିଲେ। ସେଠାରେ ଫଡନାଭିସ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି। ଏଥିସହ ରାଜ୍ୟରେ କ୍ଷମତାସୀନ ଉଦ୍ଧବ ସରକାର ସଂଖ୍ୟା ଗରିଷ୍ଠତା ହରାଇ ସାରିଥିବା ସେ କହିଛନ୍ତି। ସରକାର ଗଠନ ପାଇଁ ବିଜେପି ପାଖରେ ସଂଖ୍ୟା ରହିଥିବାରୁ ଉଦ୍ଧବ ସରକାରଙ୍କୁ ଆସ୍ଥା ଭୋଟର ସମ୍ମୁଖୀନ ହେବା ପାଇଁ ରାଜ୍ୟପାଳ ତୁରନ୍ତ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସେ ଦାବି କରିଛନ୍ତି। ରାଜ୍ୟପାଳ ତାଙ୍କ ଅନୁରୋଧ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥା ହୋଇ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବେ ବୋଲି ଜଣାପଡ଼ିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories