www.samajalive.in
Friday, December 12, 2025
26.1 C
Bhubaneswar

‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅନ୍ତର୍ଗତ ‘ଛାତ୍ର ବିନିମୟ କାର୍ୟ୍ୟକ୍ରମ’, ଓଡ଼ିଶାରୁ ୨୫ ଜଣ ଛାତ୍ରଛାତ୍ରୀଙ୍କର ମୁମ୍ବାଇ ଯାତ୍ରା

ଭୂବନେଶ୍ବର: ‘ଆଜାଦି କା ଅମୃତ ମହୋତ୍ସବ’ – ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅନ୍ତର୍ଗତ ‘ଛାତ୍ର ବିନିମୟ କାର୍ଯ୍ୟକ୍ରମ’ ମାଧ୍ୟମରେ ଓଡ଼ିଶାରୁ ୨୫ ଜଣ ଛାତ୍ରଛାତ୍ରୀ ଓ ୦୨ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ନେଇ ଆଜି ଏକ ପ୍ରତିନିଧି ଦଳ ମହାରାଷ୍ଟ୍ରର ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ମହାରାଷ୍ଟ୍ରର ଭାଷା, ସଂସ୍କୃତି, ଶିକ୍ଷା ବ୍ୟବସ୍ଥା, ପର୍ଯ୍ୟଟନ ସ୍ଥଳୀ ଇତ୍ୟାଦି ଉପରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିବେ ।
ଏହି ୨୫ ଜଣିଆ ଟିମ ରାଜ୍ୟ ସରକାରଙ୍କ ସହଯୋଗରେ ଶିକ୍ଷା ବିଭାଗର ଦୁଇ ଅଧିକାରୀ ଶଶଧର ନାୟକ ଏବଂ ଡ. ସୁଜାତା ମହାପାତ୍ରଙ୍କ ତତ୍ତ୍ବାବଧାନରେ ଇଣ୍ଡିଗୋ ଏୟାରଲାଇନ୍ସ ଯୋଗେ ମୁମ୍ବାଇ ଗସ୍ତ କରିଛନ୍ତି। ଠାକୁର କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମୁମ୍ବାଇ, ମହାରାଷ୍ଟ୍ରଠାରେ ଏହି ଦଳ ପାଇଁ ରହିବାର ସମସ୍ତ ବ୍ୟବସ୍ଥା କରାଯାଇଛି । ସମ୍ପୃକ୍ତ ପ୍ରଦିନିଧି ଦଳ ଆସନ୍ତା ଜୁଲାଇ ୪ ତାରିଖରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ।
ଓଡ଼ିଶା ଏବଂ ମହାରାଷ୍ଟ୍ର ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ୟ୍ୟକ୍ରମ ଅଧୀନରେ ସହଯୋଗୀ ରାଜ୍ୟ ଭାବେ ପରସ୍ପର ସହ ସମ୍ପର୍କ ସ୍ଥାପନ କରିଛନ୍ତି। ଉକ୍ତ କାର୍ୟ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବହୁ ପଦାଧିକାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories