www.samajalive.in
Monday, December 8, 2025
27.1 C
Bhubaneswar

ସାଙ୍ଗଙ୍କ ସହାୟତାରେ ନୂଆ ଜୀବନ ପାଇଥିଲେ, ହୃଦଘାତରେ ଚାଲିଗଲେ: ଚିତ୍ର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି 

କଟକ: ସାଙ୍ଗମାନଙ୍କ ସହାୟତାରେ ନୂଆ ଜୀବନ ପାଇଥିବା ପୁରୀ ନିବାସୀ ଶ୍ରୀଜିତ୍ ପାଢ଼ୀଙ୍କୁ ଶିଳ୍ପୀ ଜୟଶଙ୍କର ମହାରଣା ଚିତ୍ର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜୁନ୍‌ ୧ ତାରିଖରେ ହୃଦଘାତରେ ପ୍ରାଣ ହରାଇଥିବା ଶ୍ରିଜିତଙ୍କ ଅମର ଆତ୍ମାର ସଦ୍‌ଗତି ଓ ଶାନ୍ତି କାମନା କରିଛନ୍ତି।

ସୂଚନା ଅନୁସାରେ, ଉଚ୍ଚ ଶିକ୍ଷିତ ପୁରୀ ନିବାସୀ ଶ୍ରୀଜିତ୍ ପାଢ଼ୀ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ନହେବାରୁ ମାନସିକ ଭାରସ୍ୟାମ ହରାଇ ପାଗଳ ହୋଇ ପୁରୀ ବଡ଼ଦାଣ୍ଡରେ ଭିକ ମାଗୁଥିଲେ । ସାଙ୍ଗମାନଙ୍କ ସହାୟତାରେ ତାଙ୍କୁ କଟକ ବଡ଼ଡାକ୍ତରଖାନା ମାନସିକ ରୋଗୀ ୱାର୍ଡରେ ଚିକିତ୍ସିତ କରି, ଭଲ କରି, କଣାସ ସେବାଶ୍ରମରେ ଛାଡିଥିଲେ । ସେଠାରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥାରେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ । ଜୁନ୍‌ ୧ ତାରିଖରେ ହଠାତ୍ ହୃଦଘାତରେ ସେ ଆରପାରିକୁ ଚାଲିଗଲେ। ଏପରି ମହାନ୍ ବ୍ୟକ୍ତିଙ୍କୁ ଶିଳ୍ପୀ ଜୟଶଙ୍କର ମହାରଣା ଚିତ୍ର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ସହିତ, ଅମର ଆତ୍ମାର ସଦ୍‌ଗତି ଓ ଶାନ୍ତି କାମନା କରିଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories