www.samajalive.in
Monday, December 8, 2025
27.1 C
Bhubaneswar

କିଶନନଗର ଥାନା ସମ୍ମୁଖରେ ଆତ୍ମହୁତି ଘଟଣା; କିଶନନଗର ଥାନା ଆଇଆଇସି ନିଲମ୍ବିତ

ଭୁବନେଶ୍ୱର: କଟକ ଜିଲ୍ଳା କିଶନନଗର ଥାନା ଆଇଆଇସି ଚାକିରିରୁ ନିଲମ୍ବିତ ହୋଇଛନ୍ତି । ଦାୟିତ୍ୱରେ ଅବହେଳା ଯୋଗୁ ଆଇଆଇସି ସସ୍ମିତ ରଣାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ କିଶନନଗର ଥାନା ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ଆତ୍ମହୁତି ଘଟଣାରେ ତାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ପୁଲିସ ଡିଜି ଏପରି ଏକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ୪ଦିନ ତଳେ ନିଜ ଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇ ଜଣେ ବ୍ୟକ୍ତି ଆତ୍ମହୁତି ଉଦ୍ୟମ କରିଥିଲେ ।  ସେଠାରୁ ପୁଲିସ ତାଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ହେଲେ ଡାକ୍ତରଖାନାରେ ଦିନକ ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ପରେ ବ୍ୟକ୍ତି ଜଣକ ଭଷାଣୀ ବ୍ରହ୍ମପୁରର ଗୁଣନିଧି ବିଷୋୟୀ ବୋଲି ଜଣାପଡ଼ିଥିଲା । ଜମି ବିବାଦ ପାଇଁ ଥାନାକୁ ଆସି ନ୍ୟାୟ ନପାଇ ଆତ୍ମହୁତି ଦେଇଥିଲେ । ଘଟଣାକୁ ନେଇ ଆଇଆଇସିଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଏସପି ସୁପାରିସ କରିଥିଲେ ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories