www.samajalive.in
Monday, December 8, 2025
13.1 C
Bhubaneswar

ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଇ ଠିକାଦାର ଗିରଫ

ମାଲକାନଗିରି : ପୁଣିଥରେ ଧରାପଡ଼ିଛି ମାଓବାଦୀ-ଠିକାଦାର ସମ୍ପର୍କ । ବିଭିନ୍ନ ସମୟରେ ଉନ୍ନୟନ କାର୍ଯ୍ୟରେ ମାଓବାଦୀରେ ବିରୋଧ କରୁଥିବା ବେଳେ ଠିକାଦାର ମାନେ ବିସ୍ଫୋରକ ଓ ଅର୍ଥ ଦେଇ ତାଙ୍କ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି। ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ପୁଲିସ ଗତକାଲି ରାତ୍ରିରେ ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଉଥିବା ଜଣେ ଠିକାଦାରକୁ ଗିରଫ କରି ତାଙ୍କ ନିକଟରୁ ବିସ୍ଫୋରକ ସହ ନଗତ ୬୧ ହଜାର ୭୩୮ ଟଙ୍କା ଜବତ କରିଛି। ସନ୍ଧ୍ୟାରେ ଚିତ୍ରକୋଣ୍ଡା ଥାନା କର୍ମଚାରୀ ପେଟ୍ରୋଲିଂ କରୁଥିବା ବେଳେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ପପୁଲୁର ନିକଟସ୍ଥ ଦୋରାଗୁଡ଼ା ରାସ୍ତାରେ ବୁଲୁଥିବା ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ଏମ.ପି.ଭି-୩୮ଗ୍ରାମର ତାରକନାଥ ପାଲଙ୍କୁ ଅଟକ ରଖିଥିଲେ। ଏହାପରେ ସେ ଧରିଥିବା ବ୍ୟାଗ ଯାଞ୍ଚ କରିବାରୁ ସେଥିରେ ୧୦ଟି ଡିଟୋନେଟର, ପ୍ରାୟ ୨୦ମିଟର ତାର, ଏକ ମୋବାଇଲ ଫୋନ ଓ ନିତ୍ୟ ବ୍ୟହୃତ ସାମଗ୍ରୀ ଥିବା ଜାଣିବାକୁ ପାଇ ଜବତ କରି ତାକୁ ଗିରଫ କରିଥିଲେ। ପରେ ତାକୁ ଥାନାକୁ ନେଇ ପଚାରିବାରୁ ସେ କାଲିମେଳା ଦଳମ ପାଇଁ ବହୁ ଦିନ ହେଲା ଏଭଳି ବିସ୍ଫୋରକ ଯୋଗାଉଥିବା ସ୍ୱୀକାର କରିଥିବା ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହ ସେ ନିରନ୍ତର ଭାବେ ମାଓ ସଙ୍ଗଠନକୁ ଅନୁଦାନ, ବିସ୍ଫୋରକ ସହ ଅନ୍ୟାନ୍ୟ ସହଯୋଗ କରୁଥିବା ସ୍ୱୀକାର କରିଛି। ମାଓ ନେତା ରଣଦେବଙ୍କ ସହ ପପୁଲୁର ଜଙ୍ଗଲରେ ଏକ ବୈଠକରେ ଯୋଗ ଦେବା ପରେ ଦୋରାଗୁଡ଼ା ଛକ ନିକଟରେ ଜଣେ ମିଲିସିଆ ମାଓବାଦୀଙ୍କୁ ଅପେକ୍ଷା କରିଥିଲା। ସମ୍ପୃକ୍ତ ମିଲିସିଆ ଏହି ବିସ୍ଫୋରକକୁ ନେଇ କାଲିମେଳା ଦଳମକୁ ପ୍ରଦାନ କରିଥାନ୍ତା ବୋଲି ସେ ପୁଲିସ ନିକଟରେ ପ୍ରକାଶ କରିଛି। ଗିରଫ ବ୍ୟକ୍ତି ଆଶା କନଷ୍ଟ୍ରକସନ କମ୍ପାନୀର ନିର୍ଦେଶକ ଥିବା ବେଳେ ଅନ୍ୟ ଜଣେ ଠିକାଦାର ଅର୍ନ୍ଧେନ୍ଦୁ ସରକାର ସହ ବହୁ ଠିକା କାର୍ଯ୍ୟ କରୁଥିବା ଏସ.ପି ଶ୍ରୀ ମୀନା ସୂଚନା ଦେଇଛନ୍ତି। ଗିରଫ ଠିକାଦାର ନାମରେ ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଆଜି କୋର୍ଟଚାଲାଣ କରାଯାଇଛି।
ମାଲକାନଗିରି ଜିଲାରେ ମାଓ ଉପଦ୍ରୁତ ଅଞ୍ଚଳରେ ୩୦୦କି.ମି ରାସ୍ତା କାର୍ଯ୍ୟ କରାଯାଉଥିବା ବେଳେ ପୂର୍ବରୁ ମଧ୍ୟ ଲିକନ କମ୍ପାନୀ ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଉଥିବାବେଳେ କମ୍ପାନୀର ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେହିଭଳି ଜିଲାରେ ଆନ୍ଧ୍ରପ୍ରଦେଶର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ମଧ୍ୟ ମାଓବାଦୀଙ୍କୁ ଅର୍ଥ ଓ ବିସ୍ଫୋରକ ସାମଗ୍ରୀ ଯୋଗାଉଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପୁଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି।
ଏହି ଘଟଣା ପରେ ମାଓବାଦୀଙ୍କୁ ଅର୍ଥ ଓ ବିସ୍ଫୋରକ ଯୋଗାଉଥିବା ଠିକାଦାରଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିବା ବେଳ ପୁଲିସ ଆଗାମୀ ଦିନରେ ଏହି ଅଭିଯୋଗରେ ଆହୁରି କେତେଜଣଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories