www.samajalive.in
Saturday, December 6, 2025
26.1 C
Bhubaneswar

ସାମସଙ୍ଗର ଏହି ଫୋନରେ ପାଇପାରିବେ ୨୭,୯୧୦ ଟଙ୍କାର ରିଆତି

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ପୂର୍ବସପ୍ତାହରେ ଭାରତରେ ‘ସାମସଙ୍ଗ ଗାଲାକ୍ସି ଏସ-୮’ ଲଞ୍ଚ କରିଥିଲା। ଲଞ୍ଚିଙ୍ଗ ସମୟରେ ଏହି ଫୋନର ମୂଲ୍ୟ ୫୭,୯୦୦ ଟଙ୍କା ଥିଲା। ଏବେ ଏହି ଫୋନ ଆଗକୁ ପ୍ଲିପକାର୍ଟରେ ମିଳିବାକୁ ଥିବା ବିଗ ବିଲିୟନ ଡେଜ ସେଲ ଦ୍ୱାରା ମାତ୍ର ୨୯,୯୯୦ ଟଙ୍କାରେ ମିଳିବ। ଯାହାଦ୍ୱାରା ‘ଗାଲାକ୍ସି ଏସ-୮’ ଫୋନରେ ୨୭,୯୧୦ ଟଙ୍କାର ରିଆତି ମିଳିବ। ଏହାର ସୂଚନା ସାମସଙ୍ଗ କମ୍ପାନୀ ତରଫରୁ ଦିଆଯାଇଛି। ଫ୍ଲିପକାର୍ଟରେ ଅକ୍ଟୋବର ମାସ ୧୧ ତାରିଖରୁ ବିଗ ବିଲିୟନ ଡେଜର ଆରମ୍ଭ ହେବ।
ଏହାବ୍ୟତୀତ ବିଗ ବିଲିୟନ ଡେଜରେ ଗାଲାକ୍ସି ଅନ-୬ର ୬୪ ଜିବି ଷ୍ଟୋରେଜ ମଡେଲକୁ ୧୧,୯୯୦ଟଙ୍କାରେ କିଣିବାର ସୁଯୋଗ ମିଳିବ। ଏହାସହିତ ଜେ-୩ପ୍ରୋ ମାତ୍ର ୬,୧୯୦ ଟଙ୍କାରେ କିଣିପାରିବେ ଏବଂ ଗାଲାକ୍ସି ଅନ ମାକ୍ସ ୧୧,୯୯୦ଟଙ୍କା। ଗାଲାକ୍ସି ଅନ ନେକସ୍ଟର ୬୪ ଜିବି ଷ୍ଟୋରେଜ ଥିବା ମଡେଲ ୯,୯୯୦ ଟଙ୍କାରେ ମିଳିବ।


‘ସାମସଙ୍ଗ ଗାଲାକ୍ସି ଏସ-୮’ର ବିଶେଷତ୍ୱ
ଏହାର ବିଶେଷତ୍ୱ ବିଷୟରେ କହିଲେ ‘ସାମସଙ୍ଗ ଗାଲାକ୍ସି ଏସ-୮’ ଫୋନରେ ୫.୮ ଇଞ୍ଚର କ୍ୱାଡଏଚଡି ୧୪୪୦/୨୯୬୦ ପିକ୍ସଲ ରିଜୋଲ୍ୟୁସନ ଥିବା ସୁପର ଏମୋଲେଡ ଡିସପ୍ଳେ ରହିଛି। ଫୋନରେ ୧୨ ମେଗାପିକ୍ସଲର ଡୁଆଲ ପିକ୍ସଲ ରିୟର କ୍ୟାମେରା ଏବଂ ୮ ମେଗାପିକ୍ସେଲର ସେଲଫି କ୍ୟାମେରା ରହିଛି ଯାହାର ଫ୍ରଣ୍ଟ ଅପର୍ଚର ଏଫ୍‍/୧.୭। ଏଥିରେ କ୍ୱାଲାକମର ସ୍ନାପଡ୍ରାଗନ ୮୩୫, ୪ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜ ରହିଛି ଯାହାକୁ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ।
ଏହାବ୍ୟତୀତ ଫୋନରେ ଓୟାରଲେସ ଚାର୍ଜିଙ୍ଗ ପ୍ୟାଡ, ୱାଟର ଏଣ୍ଡ ଡଷ୍ଟ ପ୍ରୁଫ, ହାଇବ୍ରିଡ ଡୁଆଲ ସିମ ସ୍ଲାଟ, ଫିଙ୍ଗରପ୍ରିଣ୍ଟ, ଫେସ ରେକଗ୍ନିସନ ଏବଂ ସାମସଙ୍ଗ ପେ ଇନିବିଲ୍ଟ ରହିଛି। ସଂଯୋଗପାଇଁ ଫୋନରେ ୪ଜି ଏଲଟିଇ, ୱାଇ-ଫାଇ ୮୦୨.୧୧ଏସି, ବ୍ଲୁଟୁଥ ଭିି୫.୦, ୟୁଏସବି ଟାଇପ-ସି, ଏନ୍‍ଏଫ୍‍ସି, ଜିପିଏସ୍‍, ଏକ୍ସେଲେରାମିଟର, ଏଭିଏଣ୍ଟ ଲାଇଟ ସେନସର, ଜାୟରୋସ୍କୋପ, ହାର୍ଟରେଯ ସେନସର, ମ୍ୟାଗ୍ନେଟିମିଟର ଏବଂ ପ୍ରାକ୍ସିମିଟି ସେନସର ରହିଛି। ଫୋନରେ ୩୦୦୦ଏମ୍‍ଏଚ୍‍ର ବ୍ୟାଟେରୀ ରହିଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories