www.samajalive.in
Sunday, December 14, 2025
14.1 C
Bhubaneswar

ଜର୍ମାନରେ ପହଁଚିଲେ ପ୍ରଧାନମନ୍ତ୍ରୀ, ଜି-୭ ଶିଖର ବୈଠକରେ ଯୋଗଦେବେ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ବିଦେଶ ଗସ୍ତରେ ଯାଇ ଆଜି ଜର୍ମାନରେ ପହଂଚିଛନ୍ତି। ଶ୍ରୀ ମୋଦୀ ସ୍ୱତନ୍ତ୍ର ଅତିଥି ଭାବେ ଜି-୭ ଶିଖର ବୈଠକରେ ଯୋଗଦେବେ। ଆଜି ଓ ଆସନ୍ତାକାଲି ଜି-୭ ଶିଖର ବୈଠକ ଅନୁଷ୍ଠିତ ହେବ। ଜି-୭ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ କାନାଡ଼ା, ଫ୍ରାନ୍ସ, ଜର୍ମାନ, ଇଟାଲୀ, ଜାପାନ, ବ୍ରିଟେନ୍‍ ଓ ଆମେରିକା ଅଛନ୍ତି। ଜର୍ମାନ ବର୍ତ୍ତମାନ ଏହାର ଅଧ୍ୟକ୍ଷ ରହିଛି। ଭାରତ ଓ ଜର୍ମାନ ମଧ୍ୟରେ ଥିବା ପାରମ୍ପରିକ ସମ୍ପର୍କ ଭିତ୍ତିରେ ଭାରତକୁ ଜି-୭ ଶିଖର ବୈଠକକୁ ଆମନ୍ତ୍ରଣ କରାଯାଇଛି।

ଜର୍ମାନୀ ଚାନସେଲରଙ୍କ ଆମନ୍ତ୍ରଣ କ୍ରମେ ଶ୍ରୀ ମୋଦୀ ଜି-୭ ଶିଖର ବୈଠକରେ ଯୋଗଦେବାକୁ ଜର୍ମାନ ଗସ୍ତ କରିଛନ୍ତି। ଏହି ବୈଠକରେ ଜଳବାୟୁ, ଶକ୍ତି, ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ପୁରୁଷ ମହିଳା ସମାନତା ବିଷୟ ଉପରେ ଆଲୋଚନା ହେବ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନରେ ଥିବା ପ୍ରବାସୀ ଭାରତୀୟମାନଙ୍କ ସହ ବାର୍ତ୍ତାଳାପ କରିବେ। ଜି-୭ ଶିଖର ବୈଠକ ପରେ ପ୍ରଧାନମନ୍ତ୍ରୀ ୨୮ ତାରିଖ ଦିନ ସଂଯୁକ୍ତ ଆରବ ଏମିରେଟ୍‍ ଗସ୍ତ କରି ପୂର୍ବତନ ରାଷ୍ଟ୍ରପତି ଶେଖ୍‍ ଖଲିଫା ଜୟେଦ୍‍ ଅଲ୍‍ ନାହିୟେଙ୍କ ବିୟୋଗରେ ସମବେଦନା ଜ୍ଞାପନ କରିବେ ଓ ସେଠାକାର ନୂଆ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍‍ ଜୟେଦ୍‍ ଅଲ୍‍ ନାହିୟେଙ୍କୁ ଅଭିନନ୍ଦନ ଜଣାଇବେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories