www.samajalive.in
Saturday, December 13, 2025
21.1 C
Bhubaneswar

ସୁସ୍ଥ ହେଲେ ମହାପ୍ରଭୁ : ରାଜପ୍ରସାଦ ବିଜେ ନୀତି

ପୁରୀ : ଶ୍ରୀମନ୍ଦିରରେ ଶନିବାର ପାରମ୍ପରିକ ରୀତିମତେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ଅଣସରଘରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସୁସ୍ଥ ହୋଇଛନ୍ତି ବୋଲି ମହାପ୍ରଭୁଙ୍କ ସେବାରେ ବ୍ରତୀଥିବା ଦଇତାପତି ସେବକମାନେ ଗଜପତି ମହାରାଜାଙ୍କୁ ଜଣାଇଛନ୍ତି । ଚାରିବାଡର ବାଡଗ୍ରାହୀ ଦଇତାପତିମାନଙ୍କ ସହିତ ସମସ୍ତ ଦଇତାପତି ସେବକମାନେ ଶ୍ରୀଅଙ୍ଗରୁ ବାହାରିଥିବା ବିଭିନ୍ନ ପ୍ରସାଦ ସବୁକୁ ସାଙ୍ଗରେ ନେଇ ଘଣ୍ଟଛତ୍ର ଓ କାହାଳି ସହ ଅପରାହ୍ନରେ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥିଲେ। ଶ୍ରୀନଅରଠାରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ମହାପ୍ରଭୁଙ୍କର ଶ୍ରୀଅଙ୍ଗଲାଗି ଜିନିଷ ସବୁକୁ ଦର୍ଶନ କରିବାପରେ ଶ୍ରୀଜୀଉମାନେ ସୁସ୍ଥ ହୋଇଛନ୍ତି ବୋଲି ଜାଣିବାକୁ ପାଇଥିଲେ । ଏହି ଅବସରରେ ଶ୍ରୀନଅର ପକ୍ଷରୁ ସମସ୍ତ ଦଇତାମାନଙ୍କ ମସ୍ତକରେ ଶାଢୀ ବନ୍ଧାଯାଇଥିଲା । ଏହି କାର୍ୟ୍ୟକ୍ରମ ଶେଷ ହେବାପରେ ଦଇତାମାନେ ଶ୍ରୀମନ୍ଦିର ଅଭିମୁଖେ ବାହୁଡିଥିଲେ ।

- Advertisement -

ଆଜି ବିଳମ୍ବିତ ରାତିରେ ଦଇତାପତିମାନେ ଘଣାଲାଗି ନୀତି ଆରମ୍ଭ କରିବେ ଓ ଏହା ଆସନ୍ତାକାଲି ସକାଳେ ଶେଷ ହେବ । ଆସନ୍ତା ୨୯ତାରିଖ ବୁଧବାର ଠାକୁରମାନଙ୍କର ନେତ୍ରୋତ୍ସବ ହୋଇ ଦିଅଁମାନେ ଅଣସର ପିଣ୍ଡିରେ ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେବେ । ଜୁଲାଇ ପହିଲାରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ ଚାଲିଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories