www.samajalive.in
Saturday, December 13, 2025
26.1 C
Bhubaneswar

ଅଲୋଡା ହୋଇ ପଡିଛି ଦୁଇକୋଟି ଟଙ୍କାର ରାଜସ୍ବ ବିଭାଗ କ୍ବାର୍ଟର୍ସ

କେଶଦୁରାପାଳ : ରାଜସ୍ବ ବିଭାଗର କର୍ମଚାରୀଙ୍କ ରହିବାପାଇଁ ଦୁଇକୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଘସିପୁରାରେ
ନିର୍ମାଣ ହୋଇଛି ସରକାରୀ କ୍ବାର୍ଟର୍ସ । ହେଲେ ବିଭାଗୀୟ ଅବହେଳା ଯୋଗୁ ବର୍ଷବର୍ଷ ପରେ ମଧ୍ୟ ଏହାକାମରେ ଲାଗି ପାରୁନାହିଁ। ଏହି ସରକାରୀ କ୍ବାର୍ଟର୍ସ ଏବେ ସାମାନ୍ୟ ବିଦ୍ୟୁତ୍ ସଂଯୋଗ ହୋଇପାରିନଥିବାରୁ ବ୍ୟବହାର ଉପଯୋଗୀ ହୋଇନପାରି ଅଲୋଡା ହୋଇ ପଡିଛି ।
ଘସିପୁରା ଝାଡ଼େଶ୍ବର ମନ୍ଦିର ଯିବା ବାଟରେ ଆନନ୍ଦପୁର ରାସ୍ତା ଓ ଗୃହ ବିଭାଗ ଦ୍ବାରା ଦୁଇଟି ବହୁତଳ ବିଶିଷ୍ଟ ସରକାରୀ କ୍ବାର୍ଟର୍ସ ନିର୍ମାଣ ହୋଇଛି। ଏହାର ପାଚେରୀ ନିର୍ମାଣ ହୋଇଥିବାବେଳେ ଘରରେ ବିଦ୍ୟୁତ୍ ୱାରିଂ, ପାଇପ୍ ୱାରିଂ ମଧ୍ୟ କରାଯାଇଛି। ଏଥିପାଇଁ ଦୁଇକୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି। ୨୦୨୦ରୁ ଏହାର ନିର୍ମାଣ ଶେଷ ହୋଇଥିବାବେଳେ ଏହା ହସ୍ତାନ୍ତର ହୋଇ ପାରିନଥିଲା। ଅଳ୍ପ କିଛି ଦିନ ତଳେ ପୁର୍ତ୍ତବିଭାଗ ପକ୍ଷରୁ ସମ୍ମୁଖ ରାସ୍ତା ନିର୍ମାଣ କରାଯାଇ ରାଜସ୍ବ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ବିଦ୍ୟୁତ୍ ସଂଯୋଗ କରାଯିବାପରେ ରାଜସ୍ବ କର୍ମଚାରୀମାନେ କ୍ବାଟର୍ସରେ ରହିବା କଥା। ବିଦ୍ୟୁତ୍ ବିଭାଗ ପକ୍ଷରୁ ସଂଯୋଗପାଇଁ ଏକ ଖୁଣ୍ଟ ପଡିବା ସହିତ ପାଖାପାଖି ୫୦ହଜାର ଟଙ୍କାର ଅଟକଳ ରାଜସ୍ବ ବିଭାଗକୁ ପ୍ରଦାନ କରାଯାଇଥିଲା। ଏହି ଟଙ୍କା ଜମା ହୋଇନଥିବାରୁ କ୍ବ‌ାର୍ଟର୍ସ ବ୍ୟବହାରରେ ଲାଗି ପାରି ଅଲୋଡା ହୋଇ ପଡି ରହିଛି । ଏନେଇ ଆନନ୍ଦପୁର ଉପଜିଲ୍ଲାପାଳ ଗୋପିନାଥ କୁଅଁରଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଏହି ଅର୍ଥ ବିଭାଗ ପକ୍ଷରୁ ଦେବା ସମ୍ଭବ ନୁହେଁ। ସରକାରୀ ଅନୁଦାନ ଆସିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories