www.samajalive.in
Saturday, December 13, 2025
26.1 C
Bhubaneswar

ଦହି ଖାଇବା ପୂର୍ବରୁ ଜାଣି ରଖନ୍ତୁ ଏହି ୫ଟି କଥା

ଆୟୁର୍ବେଦରେ ଦହିକୁ ଅମୃତ ବୋଲି ବର୍ଣ୍ଣନା କରାଯାଇଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଦହିରେ କ୍ୟାଲସିୟମ, ଭିଟାମିନ ବି -୨, ଭିଟାମିନ ବି -୧୨, ମ୍ୟାଗ୍ନେସିୟମ ଓ ପୋଟାସିୟମ ଭରପୁର ମାତ୍ରାରେ ରହିଛି। ଏହି କାରଣରୁ ଦହିକୁ ସୁପରଫୁଡରେ ଗଣତି କରାଯାଏ। ମାତ୍ର ଏପରି କିଛି ଖାଦ୍ୟ ରହିଛି, ଯାହାକୁ ଦହି ସହ ମିଶାଇ ଖାଇବା ଉଚିତ ନୁହେଁ। ଏହା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ। ଜାଣନ୍ତୁ….
ଦହି ଗୁଣ ଥଣ୍ଡା ହୋଇଥିବା ବେଳେ ପିଆଜର ଗୁଣ ଉଷ୍ଣ ହୋଇଥାଏ। ଦହି ଓ ପିଆଜକୁ ଏକାଠି ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାର ଚର୍ମ ଜନିତ ରୋଗ ସୃଷ୍ଟି ହୋଇଥାଏ। ଚର୍ମ କୁଣ୍ଡାଇ ହେବା ସହ ଲାଲ ଦାଗ ମଧ୍ୟ ହୋଇଥାଏ।
ଆମ୍ବ ଓ ଦହି ମଧ୍ୟ ଉଷ୍ଣ ଓ ଥଣ୍ଡା। ଏହାଦ୍ୱାରା ତ୍ୱଚା ଜନିତ ଅନେକ ସମସ୍ୟା ହେବା ସହ ହଜମ ଜନିତ ସମସ୍ୟା ହୋଇଥାଏ।
ଅନେକ ଲୋକେ ଜଳଖିଆରେ ଦେଶୀ ଘିଅର ପରଟା ସହ ଦହି ଖାଇଥାଆନ୍ତି। ମାତ୍ର ଦହି ସହ ତେଲ ଓ କୌଣସି ଛଣାଛଣି ଜାତୀୟ ଜିନିଷ ଖାଇବା ଉଚିତ ନୁହେଁ। ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇବା ସହ ଖାଦ୍ୟ ହଜମ ହେବାରେ ବିଳମ୍ବ କରିଥାଏ। ଅଳସୁଆ ଅନୁଭବ ହୋଇଥାଏ। ତେଣୁ ଛଣାଛଣି ଜିନିଷ ଖାଇବା ପରେ ଲସି ପିଇବା ଦ୍ୱାରା ଅଧିକ ନିଦ ଆସିଥାଏ।
ବିରି ସହ ଡାଲି ଜାତୀୟ ଜିନିଷ ଖାଇବା ମଧ୍ୟ ଉଚିତ ନୁହେଁ। ଏହାଦ୍ୱାରା ଏସିଡିଟି, ଗ୍ୟାଷ୍ଟ୍ରିକ, ଦେହରେ ଯନ୍ତ୍ରଣା ସହ ପେଟ ଖରାପ ହୋଇଥାଏ। ଫଳରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
କ୍ଷୀର ସହ ମଧ୍ୟ ଦହି ଏକାଠି ସେବନ କରିବା ଉଚିତ ନୁହେଁ। ଏହା ଉଭୟ ପ୍ରାଣୀଜାତ ଦ୍ରବ୍ୟ। ଏହାକୁ ଏକାସହ ସେବନ କରିବା ଦ୍ୱାରା ପେଟ ଖରାପ,ଏସିଡିଟି ଆଦି ହୋଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories