www.samajalive.in
Tuesday, December 9, 2025
26.1 C
Bhubaneswar

ଇପିଏଫ ସମସ୍ୟା ସମାଧାନ ଦାବିରେ ପ୍ରାଥମିକ ଶିକ୍ଷକ ସଂଘର ଧାରଣା

ମୁଖୀଗୁଡା: ଇପିଏଫ କାର୍ଯ୍ୟାଳୟ ବ୍ରହ୍ମପୁରଙ୍କ ଅଵହେଳା ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଇପିଏଫ ସମସ୍ୟା ସମାଧାନ ପ୍ରତିବାଦରେ ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଜୟପାଟଣା ଵିଇଓଙ୍କ କାର୍ଯ୍ୟାଳୟକୁ ତାଲା ପକାଇବା ସହ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଧାରଣା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ୨୦୦୫ ବ୍ୟାଚର ୨୬ଜଣ, ୨୦୦୬ବ୍ୟାଚର ୮୯ଜଣ ଓ ୨୦୧୧ ବ୍ୟାଚର ୪୯ଜଣ, ୮୯ଜଣ ଏକ୍ସକେଡ଼ର ଶିକ୍ଷକଙ୍କ ଇପିଏଫ ଟଙ୍କା ଓଆରବିଏମ୧୦୨୮୦(କେ) ଖାତାରେ ଏସବିଆଇ ଜୟପାଟଣା ଚାଲାଣ ମାଧ୍ୟମରେ ୧୨୬୯୪୯୨ଟଙ୍କା ଇପିଏଫ ଖାତାରେ ଜମା ହୋଇନାହିଁ । ଏବଂ ୪୬୦୭୧୫ ଟଙ୍କାର କିଛି ହିସାବ ଜଣା ପଡୁନାହିଁ, ଯାହା ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଚିଠି ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଚିଠିରେ ସ୍ପଷ୍ଟ କରାଯାଇଛି। ୧୭୩୦୨୦୭ଟଙ୍କା ପାଇବାରେ ଶିକ୍ଷକମାନଙ୍କର ନ୍ୟାଯ ହୋଇଥିଲେ ହେଁ ସେମାନେ ପାଇ ନାହାନ୍ତି । ଏହାରି ପ୍ରତିବାଦରେ ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଇପିଏଫ ମହାପ୍ରବନ୍ଧକ ବ୍ରହ୍ମପୁର, ଡିପିସି କଳାହାଣ୍ଡି, ଏସପି ଭୁବନେଶ୍ୱରଙ୍କୁ ଜଣାଇଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ ଜୟପାଟଣା ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀମାନେ ଜୟପାଟଣା ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ସୁରେନ୍ଦ୍ର ଯୋଶୀ, ଆଜୀବନ ସଦସ୍ୟ ଭୁବନେ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି ଗଣେଶ ବେହେରା, ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଲଳିତ ନାଏକ, ଯୁଗ୍ମ ସଂପାଦକ ଅନୀଲ ପଟ୍ଟନାୟକ, ଶିକ୍ଷକ ସଂଘର ଉପଦେଷ୍ଟା ବିଜୟ ଯୋଶୀ, ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ ବେହେରା, ମାନସ ପଣ୍ଡା, ସିଦ୍ଧାର୍ଥ ମିଶ୍ର, ନବ ନାଏକ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଧାରଣାରେ ସାମିଲ ହୋଇଛନ୍ତି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଜଣାଇଛନ୍ତି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories