www.samajalive.in
Monday, December 8, 2025
13.1 C
Bhubaneswar

ମିଳିଲାନି ଚାବି; କଟାଗଲା ଶ୍ରୀମନ୍ଦିର ତାଲା

ପୁରୀ: ହଜି ଯାଇଛି ଜୟବିଜୟ ଦ୍ବାର ଚାବି। ଏଥିଯୋଗୁଁ ମଙ୍ଗଳବାର କଟାଯାଇଛି ଶ୍ରୀମନ୍ଦିର ଜୟବିଜୟ ଦ୍ବାର ତାଲା। ପ୍ରାୟ ୫ଘଣ୍ଟା ବିଳମ୍ବରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ମଙ୍ଗଳ ଆଳତି। ଶ୍ରୀମନ୍ଦିର ଜୟବିଜୟ ଦ୍ବାର ଚାବି ହଠାତ ହଜିଯିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଦଇତାପତିମାନେ ଅଣସର ଘରେ ଦାରୁବ୍ରହ୍ମଙ୍କ ଗୁପ୍ତନୀତି ଶେଷକରି ସୋମବାର ରାତିରେ ବାହାରିଥିଲେ। ଦାୟିତ୍ବରେ ଥିବା ଜଣେ ସେବାୟତ ଜୟବିଜୟ ଦ୍ବାର ଚାବି ପକାଇଥିଲେ। ତେବେ ସକାଳୁ ଦୁଆର ଖୋଲିବା ପାଇଁ ଚାବି ଖୋଜିବା ବେଳେ ମିଳିନଥିଲା। ପ୍ରାୟ ୫ଘଣ୍ଟା ଧରି ଖୋଜାଖୋଜି ପରେ ଚାବିର ଖୋଜ ଖବର ମିଳିନଥିଲା। ଜୟବିଜୟ ଦ୍ବାର ଚାବି କେଉଁଠି ରଖିଛନ୍ତି ସେଥିନେଇ ସମ୍ପୃକ୍ତ ସେବକ ନିର୍ଦିଷ୍ଟ ଉତ୍ତର ଦେଇପାରି ନଥିଲେ। ତେଣୁ ଦିନ ୯ଟା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ବାଧ୍ୟହୋଇ ଜୟବିଜୟ ଦ୍ବାର ତାଲା କାଟିବାକୁ ପଡ଼ିଥିଲା। ଏହାପରେ ଦିନ ୯ଟା ୨୫ରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା। ଚାବି ହଜିବା ସମ୍ପର୍କରେ ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ରାତି ୧୦ଟା ସୁଦ୍ଧା ଲିଖିତ ଅଭିଯୋଗ କରାଯାଇ ନାହିଁ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories