www.samajalive.in
Thursday, December 11, 2025
15.1 C
Bhubaneswar

ବାତ୍ୟା ଆଶ୍ରୟସ୍ଥଳୀରେ ମକଡ୍ରିଲ କାର୍ଯ୍ୟକ୍ରମ; ଯୋଗ ଦେଲେ ୨ କେନ୍ଦ୍ରୀୟ ଟିମ୍‌

ଗଞ୍ଜାମ: ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନ କର୍ତ୍ତୃପକ୍ଷଙ୍କ ଆନୁକୁଲ୍ୟରେ ଗଞ୍ଜାମ ବ୍ଲକର ୨୯ ଗୋଟି ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ଠାରେ ମକଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ ସ୍ଥିତ ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ, ଶତ୍ରୁସୋଲ ଠାରେ ଅନୁଷ୍ଠିତ ମକଡ୍ରିଲ ୨୦୨୨ କାର୍ଯ୍ୟକ୍ରମରେ ଭlରତ ସରକାରଙ୍କ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ୨ଜଣ ପ୍ରତିନିଧି ଅବସରପ୍ରାପ୍ତ କର୍ଣ୍ଣାଲ ନଦିମ ଅଶରଦ ଓ କର୍ଣ୍ଣାଲ ଡା. ସଞ୍ଜୟ କୌଶଳ ପରିଦର୍ଶକ ରୁପେ ଯୋଗଦେଇଥିଲେ । ତଥା ଓଡିଶା  ରାଜ୍ୟ ବିପର୍ଯ୍ୟୟ ପରିଚାଳନ କର୍ତ୍ତୃପକ୍ଷଙ୍କ ପ୍ରତିନିଧି  ସବ୍ୟସାଚୀ ହୋତା, ମୁଖ୍ୟ ସାଧାରଣ ପରିଚାଳକ ସିଜିଏମ୍‌, ଓଏସଡିଏମଏ,  ମେଘନାଦ ବେହେରା, ଆଶ୍ରୟସ୍ଥଳି ସଂଯୋଜକ, ଓଏସଡିଏମଏ,  ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ),  ପ୍ରସନ୍ନ କୁମାର ପାତ୍ର, ଉପ- ଜିଳ୍ଳପାଳ, ଛତ୍ରପୁର,  ସୁକାନ୍ତ କୁମାର ମିଶ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଗଞ୍ଜାମ,  ବିଶ୍ଵଜିତ ରାୟ, ଗୋଷ୍ଠୀଉନ୍ନୟନ ଅଧିକାରୀ ଗଞ୍ଜାମ,  ଅରୁଣକୁମାର ନାୟକ, ତହସିଲଦାର ଗଞ୍ଜାମ, ଅବନୀକାନ୍ତ  ଭୂୟାଁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ,( ଓଏସଡିଏମଏ),  ଜୀବନ୍ତ କୁମାର, ଜିଲ୍ଲା ସଂଯୋଜକ,  ପରୀକ୍ଷିତ ଦାଶ, ଜିଲ୍ଲାମଙ୍ଗଳ ଅଧିକାରୀ, ଶ୍ରୀମତୀ ମୋନିକା ପ୍ରିୟଦର୍ଶନୀ, ଅନୁସଚିବ, ଭବାନୀଶଙ୍କର ପ୍ରଧାନ, ଭାରପ୍ରାପ୍ତ ଗୋଷ୍ଠୀଉନ୍ନୟନ ଅଧିକାରୀ, ଗଞ୍ଜାମ,  ପ୍ରକାଶ କୁମାର ନାୟକ, ସାମାଜିକମଙ୍ଗଳ ଅଧିକାରୀ, ଶ୍ରୀମତୀ ସଲିଳପ୍ରଧାନ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା, ଉପାଧକ୍ଷ, ପଞ୍ଚ।ୟତ ସମିତି, ଗଞ୍ଜାମ ସହ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ପ୍ରଭୃତି ଯୋଗଦେଇଥିଲେ ।  କୈଲାଶଚନ୍ଦ୍ର ସାହୁ, ଅଗ୍ନିଶମ କେନ୍ଦ୍ରାଧିକାରୀ, ରମ୍ଭା,  କେ. ଗଙ୍ଗାଧର ପ୍ରଧାନ ଓ ଓଡିଆରଏଏଫ୍‌ ଟିମ ଓ ସ୍ଵୟଂସିଦ୍ଧା ଟିମ ପ୍ରଭୃତି ବିପର୍ଯ୍ୟୟ ସମୟରେ ବିଭିନ୍ନ ଉଧାରକାର୍ଯ୍ୟର କୌଶଳ ପ୍ରଦର୍ଶନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ରୂପରେଖ ଯଥା ବିପର୍ଯ୍ୟୟ ପୂର୍ବରୁ ପାଉଥିବା ସୂଚନା, ସୂଚନାର ସତ୍ୟତା, ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ ସମିତିର ଜରୁରୀ ବୈଠକ, ସମିତିର ବିପର୍ଯ୍ୟୟ ପୂର୍ବରୁ, ସମୟରେ, ଓ ପରେ ନିଆଯାଉଥିବା ପଦକ୍ଷେପ ସହ ବିଭିନ୍ନ କାର୍ଯ୍ୟନିର୍ବାହୀ ଦଳ ଯଥା ସୂଚନା ପ୍ରଦାନ, ଉଧାରକାରୀ ଦଳ ଓ ପ୍ରାଥମିକ ଚିକିସ୍ଛା ଦଳ ଗୁଡିକ ସେମାନଙ୍କ କୌଶଳ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଶ୍ରୀମତୀ ମନସ୍ଵିନୀ ମହାରଣାଙ୍କସହ ଅନ୍ୟାନ୍ୟ ସ୍ଵଚ୍ଛାସେବୀମାନକୁ ମଧ୍ୟ ସେମାନଙ୍କ ପାରଦର୍ଶିତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।

- Advertisement -

ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶର୍ମୀଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଆର୍ତତ୍ରାଣ ପଲେଇ, ଗ୍ରାମମୁଖ୍ୟ, ଶ୍ରୀ ଉପେନ୍ଦ୍ର ପଲେଇ, ଆଶ୍ରୟସ୍ଥଳୀ ସମ୍ପାଦକ,  ଅଜୟ କୁମାର ପଲେଇ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଟୁନା ମହାରଣା, ସମ୍ପାଦକ, କମଧେନୁସେବା ସମିତି ନୋଡାଲ ଏନଜିଓ ସଂଯୋଜନା କରିଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories