ହାତୀ ଆକ୍ରମଣରେ ୨ ମୃତ
ଦ୍ୱାରଶୁଣି: ରାଜ୍ୟ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ତଥା ବାଙ୍ଗିରିପୋଷି ବନାଞ୍ଚଳରେ ପୁଣି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ୨ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଦୀଗାରିଶୋଳ ଗ୍ରାମର ବୁଧିଆ ମୁଣ୍ଡା (୩୫ ) ବୋଲି ଜଣାପଡ଼ିଛି । ବୁଧିଆ ଗାଁକୁ ଫେରୁଥିବା ବେଳେ ହାତୀ ପଲ ଆଗରେ ପଡିଯାଇଥିଲେ । ଫଳରେ ହାତୀ ଆକ୍ରମଣର ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ୨ ଝିଅ ଓ ଗୋଟିଏପୁଅ ଥିବା ଜଣା ପଢିଛି । ସେହିପରି ଗତକାଲି ବିଳମ୍ବିତ ରାତିରେ ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଜୋକା ପଂଚାୟତର ଦିଗାରିସଳ ଗ୍ରାମରେ ହାତୀପଲ ପଶି ଘର ଭାଙ୍ଗି ଥିବାବେଳେ ଘରେ ଶୋଇଥିବା ବେଳ ୫୫ବର୍ଷୀୟ ବୃଦ୍ଧା ଫୁଲମଣି ମୁଣ୍ଡାଙ୍କ ଉପରେ କାନ୍ଥ ପଡି ଯାଇଥିଲା ।
ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଦୁଇ ମୃତ ଦେହକୁ ଝାରପୋଖରିଆ ପୁଲିସ ଜବତ କରିବା ସହ ଶବବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ତାହାସହ ପୃଥକ ପୃଥକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୁଲିସ । ୪ଦିନ ହେଲା ଏହି ଗ୍ରାମଗୁଡିକରେ ହାତୀ ଉପଦ୍ରବ ଲାଗି ରହିଥିବାବେଳେ, ବନ ବିଭାଗ ହାତୀପଲକୁ ଘଉଡାଇବାରେ ବିଫଳ ହୋଇଛି । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ହାତୀଙ୍କ ସଂଖ୍ୟାକୁ ଦେଖି ସଫଳ ମୁକାବିଲା ନିମନ୍ତେ ବନ ବିଭାଗର କର୍ମଚାରୀଙ୍କ ସଂଖ୍ୟା ବ୍ୟାପକ ନଥିବାରୁ ସଫଳତା ମିଳି ପାରୁନାହିଁ । ୪ଦିନ ହେଲାଣି ସମ୍ପୃକ୍ତ ଅଞ୍ଚଳରେ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ଝାଡଖଣ୍ଡି ହାତୀ ପଲ ପ୍ରବେଶ କରିଛନ୍ତି ।
Comments are closed.