www.samajalive.in
Wednesday, December 10, 2025
26.1 C
Bhubaneswar

ଇଣ୍ଟରପୋଲ ସଭାପତି ନିଖୋଜ

ପ୍ୟାରିସ୍‍ : ଆନ୍ତର୍ଜାତିକ ପୁଲିସ ସଂଗଠନ ‘ଇଣ୍ଟରପୋଲ୍‍’ର ସଭାପତି ମେଙ୍ଗ୍‍ ହଙ୍ଗ୍‍ୱେଇ ନିଖୋଜ ହୋଇଥିବାର ଖବର ମିଳିଛି। ଫ୍ରାନ୍ସର ଜଣେ ବିଚାର ବିଭାଗୀୟ ଅଧିକାରୀଙ୍କ ସୂଚନାନୁଯାୟୀ, ମେଙ୍ଗ୍‍ ଚୀନ୍‍ ଗସ୍ତରେ ଥିବାବେଳେ ସେଠାରୁ ନିଖୋଜ ହୋଇଯାଇଛନ୍ତି। ଫ୍ରାନ୍ସରେ ଇଣ୍ଟରପୋଲ୍‍ର ମୁଖ୍ୟାଳୟ ରହିଛି। ମେଙ୍ଗ୍‍ଙ୍କ ଘର ଚୀନ୍‍ରେ ଏବଂ ସେ ସେପ୍ଟେମ୍ବର ୨୯ରେ ସେଠାରେ ପହଞ୍ଚିଥିଲେ; କିନ୍ତୁ ସପ୍ତାହେ ହେଲା ତାଙ୍କର କୌଣସି ଖୋଜଖବର ନାହିଁ। ମେଙ୍ଗ୍‍ଙ୍କ ପତ୍ନୀଙ୍କଠାରୁ ଅଭିଯୋଗ ପାଇବା ପରେ ଫ୍ରାନ୍ସ ପୁଲିସ ପକ୍ଷରୁ ତାଙ୍କର ସନ୍ଧାନ ପାଇଁ ତନାଘନା ଚାଲିଛି। ମେଙ୍ଗ୍‍ ୨୦୧୬ରୁ ଇଣ୍ଟରପୋଲ୍‍ର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ସେ ଚୀନ୍‍ର ସାଧାରଣ ସୁରକ୍ଷା ବ୍ୟବସ୍ଥାର ସହକାରୀ ମନ୍ତ୍ରୀ ଥିଲେ। ତାଙ୍କର ନିଖୋଜ ହେବା ଖବର ନେଇ ବିଭିନ୍ନ ମାନବାଧିକାର ସଂଗଠନ ଚିନ୍ତା ପ୍ରକଟ କରିଛନ୍ତି। ଚୀନ୍‍ ସରକାର ବିଦେଶରେ ଥିବା ତାଙ୍କ ବିରୋଧୀଙ୍କୁ ଦମନ ପାଇଁ ମେଙ୍ଗ୍‍ଙ୍କୁ ବ୍ୟବହାର କରିବାକୁ ପ୍ରୟାସ ଚଳାଇଥିବା ସେମାନେ ସନ୍ଦେହ କରୁଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories