ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ; ନିଯୁକ୍ତି ପାଇବେ ୧୦ଲକ୍ଷ ଦେଶ-ବିଦେଶନିଉଜ ଆଲର୍ଟବଡ଼ ଖବର By samajalive On Jun 14, 2022 Share ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ମାନଙ୍କ ପାଇଁ ଖୁସିର ଖବର ଆଣିଛନ୍ତି କେନ୍ଦ୍ର ସରକାର । ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ୧୦ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ନିର୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ ସମସ୍ତ ମନ୍ତ୍ରାଳୟ ଓ ବିଭାଗର ମାନବ ସମ୍ବଳ ସ୍ଥିତି ସମୀକ୍ଷା କରାଯିବ । ସମୀକ୍ଷା କରାଯିବା ପରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶର ୧୦ ଲକ୍ଷ ଲୋକ ନିଯୁକ୍ତି ପାଇପାରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଟ୍ୱିଟରେ ଦିଆଯାଇଥିବା ଏହି ସୂଚନାରେ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ବିଭାଗ, ମନ୍ତ୍ରଣାଳୟର ମାନବସମ୍ବଳ ସ୍ଥିତିର ସମୀକ୍ଷା କରାଯାଇଛି । ଆଗାମୀ ଦେଢ଼ ବର୍ଷ ମଧ୍ୟରେ ଦେଶରେ ସରକାର ୧୦ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବେ । Related Posts ରେସନ କାର୍ଡର ଡିଜିଟାଲାଇଜେସନ, ବାଦ୍ ପଡ଼ିଲା… Nov 23, 2024 ଗୋକର୍ଣ୍ଣପୁରରେ ଛେଳି ମଡ଼କ ଆତଙ୍କ, ୧୫ଦିନରେ… Nov 23, 2024 କିଛି ଗଣମାଧ୍ୟମର ସୂଚନା ଅନୁସାରେ ଗତ ଏପ୍ରିଲ ମାସରେ ଏନେଇ ପ୍ରଧାନମନ୍ତ୍ରୀ ଉଚ୍ଚ ପଦାଧିକାରୀ ମାନଙ୍କ ସହ ବୈଠକ କରିଥିଲେ । ବୈଠକ ପରେ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିପଡ଼ିଥିବା ପଦବୀ ଗୁଡ଼ିକୁ ପୂରଣ କରିକୁ ଅଧିକାରୀମାନଙ୍କୁ କହିଥିଲେ । ତାହା ସହ ପଦବୀ ଗୁଡ଼ିକ ପୂରଣ ପ୍ରକ୍ରିୟାରେ ପ୍ରାଥମିକତା ଦେବାକୁ କହିଥିଲେ ପ୍ରଧାନମନ୍ତ୍ରୀ । ଯାହା ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସୂଚନା ଆଧାରରେ ୧୦ ଲକ୍ଷ ଲୋକ ନିଯୁକ୍ତି ପାଇବେ । Share FacebookTwitterWhatsApp
Comments are closed.