www.samajalive.in
Monday, December 8, 2025
24.1 C
Bhubaneswar

ସ୍ନାନଯାତ୍ରା ପାଇଁ ସମୁଦ୍ରରେ ଜଗିଛି ତଟରକ୍ଷୀ

ପୁରୀ: ଆଜି ପବିତ୍ର ସ୍ନାନଯାତ୍ରା । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏଥି ପାଇଁ ସମସ୍ତ ସୁରକ୍ଷାପ୍ରତି ଧ୍ୟାନ ଦିଆଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଜଳ, ସ୍ଥଳ ଓ ଆକାଶ ପଥରେ ବ୍ୟାବକ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ।

ସମୁଦ୍ରରେ ତଟ ରକ୍ଷୀ, ଆକାଶରେ ବାୟୁସେନା ଏବଂ ସ୍ଥଳ ପଥରେ ପୁଲିସ ଜଗି ରହିଛି । ଅନ୍ୟପଟେ ଆଉ କିଛି ଘଣ୍ଟା ପରେ ମହାପ୍ରଭୁଙ୍କୁ ହାତୀ ବେଶରେ ଦର୍ଶନ କରିବେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ।  ରୀତିନୀତି ଅନୁଯାୟୀ ତିନି ଠାକୁରଙ୍କ ସମସ୍ତ ନୀତିକାନ୍ତି ହେବାପରେ ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି ତିନି ଠାକୁର ।

- Advertisement -

୧୦୮ଗଡୁ ସୁବାସିତ ଜଳରେ ସ୍ନାନ କରିବେ ପରଂବ୍ରହ୍ମ। ଦିନ ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ ଏବଂ ସ୍ନାନନୀତି ସମ୍ପନ୍ନ ହେବ। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଦିନ ୧୨ଟା ୧୫ରେ ସ୍ନାନମଣ୍ଡପକୁ ଯାଇ ଛେରାପହଁରା କରିବେ। ଏହାପରେ ଦିନ ୧୨ଟା ୪୫ରୁ ୨ଟା ୩୦ ମଧ୍ୟରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ହାତୀବେଶ କରାଯିବ। ମହାସ୍ନାନ କରିବା ପରେ ଆକର୍ଷଣୀୟ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories