www.samajalive.in
Sunday, December 14, 2025
23.1 C
Bhubaneswar

ଜେରୁଜେଲମ୍‌ରେ ଅଲଅକସା ମସ୍‌ଜିଦ୍‌ରେ ଧର୍ମଗୁରୁ ଦେଲେ ବିବାଦୀୟ ଭାଷଣ – ପାକିସ୍ତାନ ଭାରତକୁ ଆକ୍ରମଣ କରିବା ପାଇଁ ଦଲେ ପରାମର୍ଶ

ଜେରୁଜେଲମ୍‌ – ଜେରୁଜେଲମ୍‌ରେ ଥିବା ଅଲଅକସା ମସ୍‌ଜିଦ୍‌ରେ ଜଣେ ଧର୍ମଗୁରୁ ଭାରତ ତଥା ହିନ୍ଦୁମାନଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଉଥିବାର ଭିଡିଓ ଭାଇରାଲ୍ ହୋଇଛି ।ଏଥିରେ ସବୁ ସବୁ ମୁସଲିମ୍‌ ଦେଶ ଏକାଠି ହେବା ସହ ପାକିସ୍ତାନ ଭାରତକୁ ଆକ୍ରମଣ କରୁ ବୋଲି ସେ କହୁଥିବା ଶୁଣିବା ପାଇଁ ମିଳୁଛି । ଦି ମିଡିଲ୍‌ ଇଷ୍ଟ ମିଡିଆ ରିସର୍ଚ୍ଚ ଇନ୍‌ଷ୍ଟିଟ୍ୟୁଟ୍‌ର ରିପୋର୍ଟ ଅନୁସାରେ ଅଲଅକସା ମସ୍‌ଜିଦ୍‌ରେ ଆୟୋଜିତ ଏକ ରାଲିରେ ଫିଲିସ୍ତିନି ଇସଲାମୀୟ ଧର୍ମଗୁରୁ ନିଧାନ ସିୟାମ ବିଭିନ୍ନ ବିବାଦୀୟ ଟିପ୍ପଣି ଦେବା ସହ ଭାରତକୁ ଆକ୍ରମଣ କରିବା ବିଷୟରେ କହୁଥିବା ଦେଖିବା ପାଇଁ ମିଳିଛି ।

- Advertisement -

ମିସ୍ର , ତୁର୍କୀ ,ଜୋର୍ଡାନ ପରି ମୁସଲିମ୍‌ ଦେଶକୁ ସେ ଆହ୍ୱାନ ଦେଇଛନ୍ତି । ଆମେରିକା, ଚୀନ୍‌,ଫ୍ରାନ୍ସ ଏବଂ ରୁଷ୍‌ରେ ମୁସଲମାନ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି । ଏହି ଭିଡିଓ ସାମାଜିକ ଗଣମାଧ୍ୟମମାନଙ୍କରେ ପ୍ରସାରିତ ହେବାପରେ ବିଶ୍ୱର ଅଧିକାଂଶ ସ୍ଥାନରୁ ଏହାକୁ କଡା ନିନ୍ଦା କରାଯାଇଛି ।

ନୁପୁର ଶର୍ମାଙ୍କ ବିବାଦୀୟ ଟିପ୍ପଣୀ ପରେ ଦେଶ ବିଦେଶରେ ଏହାର ବିରୋଧ ପ୍ରଦର୍ଶନ କରାଯାଇଛି ।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories