www.samajalive.in
Monday, December 8, 2025
17.1 C
Bhubaneswar

‘ଭାରତ ଟ୍ରାନ୍ସପୋର୍ଟ’ ପରିବର୍ତ୍ତେ ହେଲା ‘ଭାଭି ଟ୍ରାନ୍ସପୋର୍ଟ’

ଉତ୍ତରପ୍ରଦେଶର ଛନ୍ଦୌସୀ ଅଞ୍ଚଳର ଫଡ଼ୟାଇ ବଜାର। ସ୍ଥାନୀୟ ଅଞ୍ଚଳର ୬୫ ବର୍ଷୀୟା ମଞ୍ଜୁଳା ଶର୍ମା ଅନେକ ବର୍ଷ ହେଲାଣି ଟ୍ରାନ୍ସପୋର୍ଟ ସଂସ୍ଥା ଚଳାଇ ଆସୁଛନ୍ତି। ଦୁଇ ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ତାଙ୍କ ହସଖୁସିର ସଂସାର ଆଗେଇ ଚାଲିଥିଲାବେଳେ ହଠାତ୍ ହୃଦ୍‌ଘାତରେ ତାଙ୍କ ସ୍ବାମୀ ପ୍ରାଣ ହରାଇଲେ। ପୂରା ପରିବାର ଚଳାଉଥିଲେ ମଞ୍ଜୁଳାଙ୍କ ସ୍ବାମୀ। ଏଭଳି ପରିସ୍ଥିତିରେ ସେ କ’ଣ କରିବେ ନିଜେ ଜାଣିପାରୁନଥିଲେ। ତେବେ ପିଲାଙ୍କ ମୁହଁକୁ ଚାହିଁ ସେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଲେ। ସ୍ବାମୀ ତାଙ୍କର ‘ଭାରତ ଟ୍ରାନ୍ସପୋର୍ଟ’ ନାମକ ସଂସ୍ଥା ଚଳାଉଥିଲେ। ଛୋଟ, ବଡ଼ ମୋଟ୍ ୨୦ଟି ଗାଡ଼ି ଥିଲା। ମଞ୍ଜୁଳା ଯେତେବେଳେ ଏହି ଟ୍ରାନ୍ସପୋର୍ଟର ଦାୟିତ୍ବ ନେଲେ, ପାଖଆଖ ଲୋକେ ଟାହିଟାପରା କଲେ। ସେସବୁ ପ୍ରତି ସେ ଆଦୌ ଧ୍ୟାନ ନ ଦେଇ ବରଂ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ନିଜକୁ ଆହୁରି ଦୃଢ଼ କଲେ। ପିଲା ତିନିହେଁ ଈଶ୍ବରଙ୍କ ଆଶୀର୍ବାଦରୁ ଭଲ ପଢ଼ିଲେ। ବଡ଼ ଝିଅ ଡାକ୍ତରୀ ପରୀକ୍ଷାରେ କୃତକାର୍ଯ୍ୟ ହେବା ସହ ସାନଝିଅ ମେଧାବୀ ହେବା ସତ୍ତ୍ବେ ମା’ଙ୍କୁ ଘରୋଇ ବ୍ୟବସାୟରେ ସହଯୋଗ କରିବାକୁ ନିଷ୍ପତ୍ତି ନେଲେ। ମଞ୍ଜୁଳା କହିଛନ୍ତି, ପୂରା ଦିନର ଖଟଣି ପରେ ଯେତେବେଳେ ତିନି ପିଲାଙ୍କ ପାଠପଢ଼ା ସେ ଦେଖନ୍ତି, ଏହା ହିଁ ତାଙ୍କୁ ଆତ୍ମସନ୍ତୋଷ ଦେଉଥିଲା। ଦିନକୁଦିନ ତାଙ୍କ ବ୍ୟବସାୟ ବଢ଼ିବାକୁ ଲାଗିଲା। ଜଣେ ମହିଳାଙ୍କ କର୍ତ୍ତୃତ୍ବରେ ଚାଲୁଥିବା ଏହି ଟ୍ରାନ୍ସପୋର୍ଟ ଶେଷରେ ‘ଭାଭି ଟ୍ରାନ୍ସପୋର୍ଟ’ ନାମରେ ନୂତନ ପରିଚୟ ପାଇଲା। ଏସବୁ ଭିତରେ ପୁଅ ମଧ୍ୟ ଡାକ୍ତରୀ ପରୀକ୍ଷାରେ କୃତକାର୍ଯ୍ୟ ହେଲା। ଦୁଇ ଝିଅଙ୍କୁ ଭଲ ଘରେ ବିବାହ ଦେବା ପରେ ମଧ୍ୟ ଝିଅମାନେ ମା’ଙ୍କ ଦାୟିତ୍ବ ନେବାରେ ଆଦୌ ଊଣା କରିନାହାନ୍ତି ବୋଲି କହିଛନ୍ତି ମଞ୍ଜୁଳା। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ନିଜ ନିଷ୍ପତ୍ତିକୁ ସମ୍ମାନ ଦେଲେ ହିଁ ଜଣେ ମହିଳା ସଫଳ ହୋଇଥାଏ ବୋଲି କହିଛନ୍ତି ‘ଭାଭି ଟ୍ରାନ୍ସପୋର୍ଟ’ର ମାଲିକାଣୀ ମଞ୍ଜୁଲା ଦେବୀ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories