www.samajalive.in
Thursday, December 11, 2025
16.1 C
Bhubaneswar

୯ ରୁ ୯୦ ବିଧାୟକ ଆଣି ସରକାର ଗଢ଼ିବ କଂଗ୍ରେସ

ଭୁବନେଶ୍ବର : ୨୨ବର୍ଷ ଆମେ ଶୋଇଲେ, ଏଣିକି ଆଉ ଶୋଇବା ନାହିଁ। ବିଜେଡି ରାଜ୍ୟକୁ ଦାରିଦ୍ର୍ୟ ଭିତରକୁ ଠେଲିଦେବାକୁ ହୀନ ଚକ୍ରାନ୍ତ ଚଳାଇଛି। ଏଥିରୁ ଓଡ଼ିଶାକୁ ମୁକ୍ତ କରିବା ନିମନ୍ତେ ସମସ୍ତ କଂଗ୍ରେସ କର୍ମୀଙ୍କୁ ସରକାର ବିରୋଧରେ ଲଢ଼େଇ ପାଇଁ ଆଗେଇ ଆସିବାକୁ ପଡ଼ିବ। ବର୍ତ୍ତମାନ କଂଗ୍ରେସର ୯ ବିଧାୟକ ରହିଛନ୍ତି। କିନ୍ତୁ ୨୦୨୪ ନିର୍ବାଚନରେ କଂଗ୍ରେସ ୯୦ ବିଧାୟକ ଆଣି ନିଶ୍ଚିତ ଭାବେ ସରକାର ଗଢ଼ିବ ବୋଲି ନୂତନ ପିସିସି ସଭାପତି ଶରତ ପଟ୍ଟନାୟକ ଦାୟିତ୍ବ ଗ୍ରହଣ କରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଏହି ଅବସରରେ କଂଗ୍ରେସ ଭବନରେ ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ନବ ନିଯୁକ୍ତି ସଭାପତିଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ। ଓଡ଼ିଶା ପ୍ରଭାରୀ ଏ. ଚେଲା କୁମାର ଏଥିରେ ଉପସ୍ଥିତ ଥିଲେ। ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶା ହେଉଛି କୃଷି ଓ ବାଣିଜ୍ୟ ସମୃଦ୍ଧ ରାଜ୍ୟ। ଏ ରାଜ୍ୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ମଧୁସୂଦନ ଦାସଙ୍କ ପରି ବହୁ ମହାପୁରୁଷଙ୍କୁ ଜନ୍ମ ଦେଇଛି। ରାଜ୍ୟକୁ ଦାରିଦ୍ର୍ୟ ମୁହଁରୁ ମୁକ୍ତ କରିବା ନିମନ୍ତେ କଂଗ୍ରେସର ସମସ୍ତ କର୍ମୀ ଏକତ୍ର ହୋଇ ଲଢ଼େଇ କରିବାକୁ ପଡ଼ିବ। କର୍ମୀଙ୍କ କଠିନ ପରିଶ୍ରମ ଦ୍ବାରା ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ତୃତୀୟରୁ ଦ୍ବିତୀୟ ସ୍ଥାନକୁ ଆସିଛି। ବିଜେଡି ହେଉଛି ମହିଳା ଓ ଯୁବ ବିରୋଧୀ ସରକାର। ଏଠାରେ ପ୍ରଶାସକ ଶାସନ କରୁଛନ୍ତି। ଅମଲା ଶାସନକୁ ପ୍ରତିହତ କରି ଗଣତନ୍ତ୍ର ଶାସନ ଫେରାଇ ଆଣିବାକୁ ହେବ। ଦଳ ଶାସନକୁ ଫେରିଲେ ବିଧାନସଭାରେ ପାରିତ ୨୯୩୦ଟଙ୍କା ଏମ୍‌ଏସ୍‌ପି ଚାଷୀଙ୍କୁ ପ୍ରଦାନ କରାଯିବ। ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ଛାଡ଼ କରିବାକୁ ସଭାପତି ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ତାରା ପ୍ରସାଦ ବାହିନୀ ପତି ଓ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ସମସ୍ତ କର୍ମୀ ମିଳିତ ଭାବେ ଆଗକୁ ବଢ଼ିଲେ ୨୦୨୪ ନିର୍ବାଚନରେ ଦଳକୁ ଭଲ ଫଳ ମିଳିବ। ପୂର୍ବାହ୍ନ ସାଢ଼େ ୧୧ଟାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ, ପ୍ରଭାରୀ ଏ ଚେଲା କୁମାର ଏବଂ ସହ ପ୍ରଭାରୀ ରୁଦ୍ର ରାଜୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ନୂତନ ସଭାପତିଙ୍କୁ ବିଧାୟକ ସୁରେଶ ରାଉତରାୟଙ୍କ ସହିତ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ ପ୍ରମୁଖ ସଙ୍ଗଠନର କର୍ମକର୍ତ୍ତା ବାଇକ୍‌ ଶୋଭାଯାତ୍ରାରେ କଂଗ୍ରେସ ଭବନକୁ ପାଛୋଟି ଆଣିଥିଲେ। କଂଗ୍ରେସ ନେତା ଗଣେଶ୍ବର ବେହେରା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ ରାଉତରାୟ, ପଞ୍ଚାନନ କାନୁନଗୋ, ଉପସଭାପତି ଯଜ୍ଞେଶ୍ବର ବାବୁଙ୍କ ସହିତ ସମସ୍ତ ସଙ୍ଗଠନର ସଭାପତି ବିବୃତି ରଖିଥିଲେ। କିନ୍ତୁ ଭକ୍ତଚରଣ ଦାସ, ବିଧାୟକ ମହମ୍ମଦ ମୋକିମ, ବିଧାୟକ ରମେଶ ଜେନା, ବିଧାୟକ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଅନୁପସ୍ଥିତ ଥିଲେ। ବିଭିନ୍ନ ଜିଲାରୁ କଂଗ୍ରେସ କର୍ମୀ ଆସି ନୂତନ ସଭାପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories