ନୂଆଦିଲ୍ଲୀ : ରାଜସ୍ଥାନର ୪ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ଭୋଟର ଫଳାଫଳ ମିଳିଛି। ନିର୍ବାଚନ ହୋଇଥିବା ୪ଟି ଆସନରୁ କଂଗ୍ରେସ ୩ଟିରେ ଓ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି। କଂଗ୍ରେସର ବିଜୟୀ ପ୍ରାର୍ଥୀମାନେ ହେଲେ ରଣଦୀପ ସୂେର୍ଯ୍ୟୱାଲା, ମୁକୁଲ ୱାଜନିକ ଓ ପ୍ରମୋଦ ତିୱାରୀ। ଏହି ନିର୍ବାଚନରେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ପରାସ୍ତ ହୋଇଛନ୍ତି। ବିଜୟ ପାଇଁ ୪୧ ଭୋଟ ଦରକାର ଥିବାବେଳେ ସେ ପାଇଛନ୍ତି ୩୦ ସଭ୍ୟଙ୍କ ସମର୍ଥନ।
ସୂଚନାଯୋଗ୍ୟ କି ରାଜ୍ୟସ୍ଥାନ କଂଗ୍ରେସ ଗଡ଼ରେ ବିପର୍ଯ୍ୟୟ ସୃଷ୍ଟି କରିବାକୁ ଚନ୍ଦ୍ରାଙ୍କୁ ବିଜେପି ସମର୍ଥନ କରୁଥିଲା। ରାଜ୍ୟସଭାକୁ ନିର୍ବାଚିତ ହେବା ଲାଗି ଏଠାରେ ଜଣେ ପ୍ରାର୍ଥୀଙ୍କୁ ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା।
ବିଜେପି ସମର୍ଥିତ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ହାରିଲେ
Popular Categories



