www.samajalive.in
Thursday, December 11, 2025
13.1 C
Bhubaneswar

ବାରବାଟୀ ମ୍ୟାଚ୍‌; ହୋଟେଲ ସୁରକ୍ଷା ସମୀକ୍ଷା କଲେ ଉପାୟୁକ୍ତ

ଭୁବନେଶ୍ବର: ବାରବାଟୀ ଷ୍ଟାଡ଼ିୟମରେ ରବିବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ମ୍ୟାଚ୍‌ ପାଇଁ ଶୁକ୍ରବାର ଦୁଇ ଦଳର ଖେଳାଳି ଭୁବନେଶ୍ବରରେ ପହଞ୍ଚିବେ। ଖେଳାଳି ମେଫେୟାର ହୋଟେଲରେ ରହିବେ। ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଉପାୟୁକ୍ତ ପ୍ରତୀକ ସିଂହ ବୁଧବାର ହୋଟେଲ୍‌ ମେଫେୟାରର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ଡିସିପିଙ୍କ ସହିତ ଅତିରିକ୍ତ ଉପାୟୁକ୍ତ, ଟ୍ରାଫିକ୍‌ ସହକାରୀ ଆୟୁକ୍ତ, ନୂଆପଲ୍ଲୀ ଥାନା ଅଧିକାରୀ ଓ ଗୁଇନ୍ଦା ବିଭାଗର କର୍ମଚାରୀ ହୋଟେଲ୍‌ର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ଏହା ବୁଲି ଦେଖିଥିଲେ। ହୋଟେଲ୍‌ର କେତୋଟି ପ୍ରବେଶ ଓ ପ୍ରସ୍ଥାନ ପଥ ରହିଛି; ସେସବୁକୁ ଅନୁଧ୍ୟାନ କରିଥିଲେ। ଖେଳାଳି ଓ ଅଫିସିଆଲ୍‌ଙ୍କ ପାଇଁ ମେଫେୟାର ହୋଟେଲ୍‌ରେ ପ୍ରାୟ ୧୦୦ଟି କୋଠରି ସଂରକ୍ଷିତ ରଖାଯାଇଛି। ଗୁରୁବାରଠାରୁ ହୋଟେଲ୍‌ରେ ସାଧାରଣ ଲୋକଙ୍କ ପାଇଁ ବୁକିଂ ଉପରେ କଟକଣା କରାଯାଇଛି।

ଖେଳାଳି ଭୁବନେଶ୍ବରରେ ରହିବେ ଏବଂ କଟକ ବାରବାଟୀରେ ମ୍ୟାଚ୍‌ ଖେଳିବେ। ଖେଳାଳିମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ହୋଟେଲ୍‌କୁ ଆସିବେ ଏବଂ କଟକକୁ ୧୧ରେ ଅଭ୍ୟାସ ଏବଂ ୧୨ରେ ମ୍ୟାଚ୍‌ ଖେଳିବାକୁ ଯିବେ। ଏସବୁକୁ ଦୃଷ୍ଟିରେ ରଖି ୨୧ ପ୍ଲାଟୁନ୍ ପୁଲିସ ଫୋର୍ସ ଖେଳାଳିଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ ବୋଲି ଡିସିପି ସୂଚନା ଦେଇଛନ୍ତି। ଟ୍ରାଫିକ୍‌ ବନ୍ଦୋବସ୍ତରେ ମଧ୍ୟ ପୁଲିସ ଫୋର୍ସଙ୍କୁ ମୁତୟନ କରାଯିବ। କେତେକ ଖେଳାଳିଙ୍କର ବ୍ୟକ୍ତିଗତ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ସେଥିପାଇଁ ମଧ୍ୟ ପୁଲିସ ବନ୍ଦୋବସ୍ତ କରାଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories