www.samajalive.in
Saturday, December 6, 2025
16.1 C
Bhubaneswar

କୂଅରୁ ଉଦ୍ଧାର ହେଲା କଲରାପତରିଆ ବାଘ

ରେଢ଼ାଖୋଲ: କୂଅରୁ ଉଦ୍ଧାର ହେଲା କଲରାପତରିଆ ବାଘ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ତ ଅନ୍ତର୍ଗତ ସାନହିନ୍ଦୋଳ ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ବାଘଟିକୁ ଉଦ୍ଧାର କରାଯାଇଛି । କଲରାପତିରିଆ ବାଘକୁ ବନ ବିଭାଗର କର୍ମଚାରୀ ମାନେ ଆଜି ସକାଳେ ଉଦ୍ଧାର କରିଛନ୍ତି । ସୂଚନା ମୁତାବକ ସାନହିନ୍ଦୋଳ ଗାଁ ନିକଟରେ ଥିବା ଏକ  ପରିତ୍ୟକ୍ତ କୂଅରେ ବାଘଟି ଖସିପଡିଥିଲା । ଏନେଇ ଗ୍ରାମବାସୀ ମାନେ ଜାଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇବାପରେ ଡିଏଫଓ ରମାକାନ୍ତ ନାଏକ ଓ ବନକର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ ସୁରକ୍ଷିତ ଭାବେ କୂଅ ଭିତରୁ ଉଦ୍ଧାର କରିଥିଲେ । ବାଘଟି ଉଦ୍ଧାର ହେବା ପରେ ହେମନ୍ତ ଖୋଲ ଡିପିଏଫ ଜଙ୍ଗଲକୁ ଦୌଡି ଚାଲିଯାଇଥିଲା । ଉଦ୍ଧାର କାର୍ଯ୍ୟରେ ଡିଏଫଓ ଶ୍ରୀ ନାଏକଙ୍କ ସମେତ ଚଚାରମାଳ ରେଞ୍ଜ ଅଧିକାରୀ ଦର୍ଶନିଆ ଭୋଇ, ଫରେଷ୍ଟର ପ୍ରବୀଣ କୁମାର ସାହୁ, ବିଜୟ ବିଶ୍ବାଳଙ୍କ ସହ ପୁଲିସ ଓ ଅଗ୍ନିଶମ ବାହନୀର ଅଧିକାରୀ ମାନେ ସାମିଲ ଥିଲେ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories