www.samajalive.in
Sunday, December 7, 2025
16.1 C
Bhubaneswar

ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ 

ନବରଙ୍ଗପୁର  : ଫକୀରମୋହନ ପଠନଶାଳା, ଉମରକୋଟ ଓ ବନ ସୁରଭି ପ୍ରକାଶନ, ଧୋଡ୍ରା ମିଳିତ ଆନୁକୂଲ୍ୟରେ ସାରସ୍ୱତ ସମାରୋହ ଉମରକୋଟ ସହିଦ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ କବି, ଲେଖକ ଓ ସାହିତ୍ୟିକ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ସମସ୍ତେ ଯୁଗ ପୋଯୋଗୀ,ଜନଚେତନ। ଓ ମାନବଧର୍ମୀ ସାହିତ୍ୟ ସୃଷ୍ଟି କରିବା ସହ ସମାଜକୁ ଦିଗଦର୍ଶନ କରିବାର ସମୟ ଆସିଛି ବୋଲି ମତ ପ୍ରକାଶ ପାଇଛି ।
କବିତା, ପ୍ରବନ୍ଧ ,ସାହିତ୍ୟ ରଚନା ଜନଜୀବନକୁ ପ୍ରଭାବିତ କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଲେଖନୀ ଚାଳନା କରିବାଉଚିତ ବୋଲି କୁହାଯାଇଥିଲା । ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଲଭ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ସଭାପତି ଭାବେ ପ୍ରଫୁଲ୍ଲ କୁମାର ରାଉତ, ବକ୍ତା ନଳିନୀ ରଞ୍ଜନ ମିଶ୍ର, ସମୀକ୍ଷକ ଡଃ ରଜତ କୁମାର ଷଡଙ୍ଗୀ, ଏମ୍. ହିମାଂଶୁ ଆଚାରୀ, ପୁସ୍ତକ ପ୍ରଣେତା ମନୋରମା ମହାପାତ୍ର ଯୋଗଦେଇ ଆଲୋଚନା କରିଥିଲେ ।
କଵି ପ୍ରଫୁଲ୍ଲ କୁମାର ରାଉତଙ୍କ କବିତା ସଂକଳନ “ବେଳଥାଉ ସାବଧାନ ଓ ଅନ୍ୟାନ୍ୟ କବିତା” କବି ମନୋରମା ମହାପାତ୍ରଙ୍କ କବିତା ସଙ୍କଳନ “ଦେବୀ ନଦୀର ସ୍ୱର” ଉନ୍ମୋଚନ ହୋଇଥିଲା। ଉମରକୋଟର ପୁରାତନ ସାହିତ୍ୟ ଅନୁଷ୍ଠାନ ଯୁବଜାଗୃତି ଓ ସାଂସ୍କୃତିକ ପରିଷଦ ଦ୍ୱାରା ବଲ୍ଲଭ କୁମାର ରାଉତଙ୍କୁ ଅନୁଷ୍ଠାନର ସମ୍ପାଦକ ନଳିନୀ ରଞ୍ଜନ ମିଶ୍ର ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ପ୍ରଥମ ଅଧିବେଶନରେ ଟୁଟୁ ବାବୁ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବଂଶୀଧର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେଶନରେ ସଭାପତି ସାଇମନ ବିଡିକା, ବରେଣ୍ୟ ଅତିଥି କବି ଜେମାମଣୀ ବିଷୋୟୀ, ବିଶିଷ୍ଟ ଅତିଥି ବିଜୟ କୁମାର ଚୌଧୁରୀ, ସମ୍ମାନିତ ଅତିଥି ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଆଲୋଚକ ଦୁର୍ଗା ପ୍ରସାଦ ପାଢ଼ୀ ଓ ସବ୍ୟସାଚୀ ବିଷୋୟୀ ଯୋଗଦେଇ ଆଦିବାସୀମାନଙ୍କର ପର୍ବପର୍ବାଣୀରେ ବୋଲା ଯାଉଥିବା ଗୀତ ଉପରେ ଆଲୋଚନା କରିଥିଲେ ।
କବି ପ୍ରଭାତୀ ଦେବନାଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରବୀନ୍ଦ୍ର କୁମାର ବାହିନୀପତି ଧନ୍ୟବାଦ ଅର୍ପଣ କରିଥିଲେ । ତୃତୀୟ ଅଧିବେଶନରେ ସଭାପତି ବଲ୍ଲଭ କୁମାର ରାଉତ, ମୁଖ୍ୟ ଅତିଥି ପ୍ରଦୀପ କୁମାର ନାଗ, ସମ୍ମାନିତ ଅତିଥି ଘାସୀ ହରିଜନ, ସଂଯୋଜକ ପ୍ରଫୁଲ୍ଲ କୁମାର ରାଉତ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦ, ନବରଙ୍ଗପୁର ସହଯୋଗରେ କୃତି  ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଚତୁର୍ଥ ଅଧିବେଶନରେ କବିତା ପାଠୋତ୍ସବରେ ସଭାପତି ଶ୍ରୀନିବାସ ପଟ୍ଟନାୟକ, ସମ୍ମାନିତ ଅତିଥି କପିଳ ଚନ୍ଦ୍ର ମହାନ୍ତି, ସଂଯୋଜିକା ପ୍ରଭାତୀ ଦେବନାଥ, ସଂଯୋଜକ ସ୍ମୃତି ପଣ୍ଡା, ସମୀକ୍ଷକ ବିବେକାନନ୍ଦ ପଟ୍ଟନାୟକ ଥିବାବେଳେ ସାଗର କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ବହୁ ରାଜ୍ୟର ବହୁ କବି, ଲେଖକ ଓ ସାହିତ୍ୟିକ ଯୋଗ ଦେଇଥିଲେ ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories