www.samajalive.in
Monday, December 8, 2025
13.1 C
Bhubaneswar

ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

କଲମପୁର: କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିରରୁ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ସହ ପିତଳ ସାମଗ୍ରୀ ଓ ହୁଣ୍ଡିରେ ଥିବା ଟଙ୍କା ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ଆଜି ସକାଳ ପ୍ରାୟ୫ଟା ୩୦ମିନିଟ ସମୟରେ ମନ୍ଦିର ପୂଜକ ମନ୍ଦିରକୁ ପୂଜା କରିବାକୁ ଯିବା ବେଳେ ଏନେଇ ଜାଣିବାକୁ ପାଇଥିଲେ । ମନ୍ଦିର ଭିତରରେ ପହଞ୍ଚିବା ପରେ ମନ୍ଦିରର ଦକ୍ଷିଣ ଦ୍ୱାର ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ଲୁଟ୍‌ କରିଥିବା ଦେଖିଥିଲେ  ।  ଏନେଇ ପୂଜକ ମନ୍ଦିର ପରିଚାଳନା କମିଟିକୁ ଜଣାଇବା ପରେ ମୁଖୀଗୁଡା ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା ।

ହୁଣ୍ଡିରେ ପ୍ରାୟ ୩୦ରୁ ୪୦ହଜାର ଟଙ୍କା ଥିବା ଅନୁମାନ କରାଯାଉଛି ସେହେପରି ଚୋରି ସାମଗ୍ରୀର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ଅନୁମାନ କରାଯାଇଛି। ତିନି ଠାକୁରଙ୍କ ତିନୋଟି ରୁପା ମୁକୁଟ ସହ ,ଅଣ୍ଟା ପାତିଆ ,ପୂଜା ପାଇଁ ବ୍ୟବହାର କରାଯାଉଥିବା ପିତଳ ସାମଗ୍ରୀ ଚୋରି ହୋଇଯାଇଛି ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories