www.samajalive.in
Wednesday, December 10, 2025
16.1 C
Bhubaneswar

ପାନୀୟ ଜଳ, ପରିମଳ, ବାର୍ଦ୍ଧକ୍ୟ ଭତ୍ତା ଓ ରାସନ କାର୍ଡ ଉପରେ ଗୁରୁତ୍ୱ

ବାଙ୍କୀ: ବାଙ୍କୀ ପଞ୍ଚାୟତ ସମିତିର ପ୍ରଥମ ସାଧାରଣ ବୈଠକ ଶୁକ୍ରବାର ପଞ୍ଚାୟତ ସମିତି ଗୃହରେ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟଅତିଥି ଭାବରେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ, ସମ୍ମାନିତ ଅତିଥି ଜିଲ୍ଲାପରିଷଦ ସଦସ୍ୟ ସଂଜୟ ପାତ୍ର, ରଶ୍ମିତା ସାହୁ, ସାଂସଦଙ୍କ ପ୍ରତିନିଧି ବିଜୟ ପତିହାରୀ, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ବଳ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟଲକ୍ଷ୍ମୀ ପରିଡ଼ା, ଅତିରିକ୍ତ ବିଡିଓ ସୁଚିସ୍ମିତା ନାୟକ, ଗ୍ରାମପଞ୍ଚାୟତ ଅଧିକାରୀ କୁମାର ପ୍ରଧାନ, ସହକାରୀ ଯନ୍ତ୍ରୀ ସତ୍ୟବ୍ରତ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ବିଡିଓ ଯୋଗେଶ୍ୱର ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରଥମ ସାଧାରଣ ବୈଠକରେ ନୂତନ ଭାବରେ ନିର୍ବାଚିତ ହୋଇଥିବା ସରପଞ୍ଚ, ସମିତି ସଭ୍ୟମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଫୁଲତୋଡା ଓ ଉତ୍ତରୀୟ ଦିଆଯାଇ ସମିତି ବୈଠକକୁ ସ୍ୱାଗତ କରାଯାଇଥିଲା। ଆଗାମୀ ୫ ବର୍ଷରେ ନିଜ ନିଜ ପଞ୍ଚାୟତର ବିକାଶ ପାଇଁ ସହଯୋଗୀ ହେବା ନିମନ୍ତେ ବିଧାୟକ ଉପସ୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ସହଯୋଗର ଆହ୍ୱାନ ଦେଇଥିଲେ। ପରେ ପରେ ୨୦ ଗୋଟି ପଞ୍ଚାୟତର ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ଆଲୋଚନା କରାଯାଇଥିଲା। ବିଭାଗୀୟ ଅଧିକାରୀ ମାନେ ନିଜ ବିଭାଗର କାର୍ଯ୍ୟର ଧାରା, ସ୍ଥିତି, ଆସୁଥିବା ସମସ୍ୟା ଓ ସମାଧାନର ରୂପରେଖ ସମ୍ପର୍କରେ ପ୍ରତିନିଧିଙ୍କ ସାମ୍ନାରେ ଆଲୋକପାତ କରିଥିଲେ।

ସେହିପରି ବିଭିନ୍ନ ପଞ୍ଚାୟତରେ ଦେଖା ଦେଇଥିବା ପାନୀୟଜଳ, ପରିମଳ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଓ ରେସନକାର୍ଡ ଧାରୀଙ୍କର ସମସ୍ୟା ସମ୍ପର୍କରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ସୂଚନା ଅନୁଯାୟୀ, ବାଙ୍କୀ ବ୍ଲକରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ୮ ଗୋଟି ଉଚ୍ଚ ବିଦ୍ୟାଳୟକୁ ୫ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା ଏବଂ ଜୁନ୍‍ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଲୋକାର୍ପଣ କାର୍ଯ୍ୟ ସମ୍ପର୍କରେ ବାଙ୍କୀ ବ୍ଲକ ଶିକ୍ଷାଅଧିକାରୀ ସନ୍ତୋଷ କୁମାର ସେଠୀ ଦୃଷ୍ଟି ଆକର୍ଷଣ କରିଥିଲେ। ଆଗାମୀ ଦିନରେ ଅଭାବୀ ଶିକ୍ଷକ ସମସ୍ୟା ଦୂର ହେବା, ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର, ବୈଦେଶ୍ୱର ପ୍ରାଥମିକ କେନ୍ଦ୍ର ଓ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଅଭାବୀ ଡାକ୍ତରୀ ସମସ୍ୟା ଦୂରହେବା, ବାଙ୍କୀ ବ୍ଲକରେ ୯ଗୋଟି ପ୍ରାଣୀ ଚିକିତ୍ସା କେନ୍ଦ୍ରରୁ ୩ ଗୋଟିରେ ଡାକ୍ତର ଓ କର୍ମଚାରୀ ଥିବା ଜଣାପଡ଼ିଛି ଏବଂ ୬ଗୋଟି ସ୍ଥାନରେ କର୍ମଚାରୀ ପଦବୀ ଖାଲି ପଡ଼ିଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ସମସ୍ତଙ୍କ ଘର ପାଖରେ ଯେଭଳି ପ୍ରାଣୀଧନ କୃତିମ ପ୍ରଜନନ ସୁବିଧା ଉପଲବ୍ଧ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଛି। ଫାଟୁଆ ରୋଗର ଟିକାକରଣ ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଛି।

- Advertisement -

ସେହିଭଳି ବାଙ୍କୀର ଉତ୍କଟ ପାନୀୟ ଜଳ ସଂକଟ ଦୂର ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ପ୍ରତି ଗ୍ରାମରେ ବିକଳ୍ପ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଓ ଅକାମୀ ହୋଇ ପଡ଼ିଥିବା ନଳକୂପ ଗୁଡିକୁ ତ୍ୱାରିତ ମରାମତି କରି ପାଣି ସଂକଟର ମୁକାବିଲା କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ଯେଉଁ ବିଭାଗଗୁଡିକରେ ଜନସାଧାରଣ, ଜନପ୍ରତିନିଧିଙ୍କ ପକ୍ଷରୁ ଅଭିଯୋଗ ଆସୁଛି ବିଭାଗୀୟ ଅଧିକାରୀ ସମସ୍ତ ଅଭିଯୋଗର କ୍ଷେତ୍ରକୁ ପରିଦର୍ଶନ କରି ତ୍ୱରିତ ସେବା ଯୋଗାଇବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଓ ପଡ଼ିକାର୍ଡଧାରୀଙ୍କୁ ରେସନକାର୍ଡ ବଣ୍ଟନରେ ଅନିୟମିତତା, ଅବ୍ୟବସ୍ଥା କିମ୍ବା କୌଣସି କାରଣରୁ ହିତାଧିକାରୀ ପଡ଼ିକାର୍ଡର ସୁବିଧାରୁ ବଂଚିତ ହେଲେ ଯୋଗାଣ ଅଧିକାରୀ ଓ ସାମାଜିକ ସେବା ପ୍ରଦାନ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବାକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତଙ୍କ ଉପସ୍ଥିତି ପାଇଁ ବିଡିଓ ଯୋଗେଶ୍ୱର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories