ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା ହେଲା ‘କରବର’

୫ ଉନ୍ନୟନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ବିଧାୟକ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅଧିନ ଶିମିଳିପୁର ପଞ୍ଚାୟତର କରବର ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ରୂପେ ଶୁକ୍ରବାର ଦିନ ଆନୁଷ୍ଠିକ ଓ ସରକାରୀ ଭାବରେ ଘୋଷଣା କରାଯାଇଛି। ଓଏସ୍ଏଫଡିସି କଟକଙ୍କ ସହାୟତାରେ କରବର ଗ୍ରାମ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ରୂପେ ଘୋଷଣା କରାଯାଇଛି । ଏହାଦ୍ବାରା ଗ୍ରାମରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହେବ ଓ ଆଗମୀ ଦିନରେ ଆବଶ୍ୟକ କାର୍ଯ୍ୟ ଗୁଡିକ ସମ୍ପର୍ଣ୍ଣ କରାଯାଇ ଗ୍ରାମର ବିକାଶ ହେବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଘୋଷଣା କରିଛନ୍ତି। ଏହି ଅବସରରେ ଶୁକ୍ରବାର  ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ କରବର ଗ୍ରାମ ସ୍ଥିତ ଶନି ମନ୍ଦିର ନିକଟରେ ବାଙ୍କୀ କଟକ ମୁଖ୍ୟରାସ୍ତା ଉପରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ କରବର ନୂତନ ତୋରଣକୁ ଉଦଘାଟନ କରି ସାରିବା ପରେ ରାସ୍ତା ନିର୍ମାଣ ଏବଂ ନଦୀ ବନ୍ଧରେ ପାହାଚ ନିର୍ମାଣ, ପୂର୍ତ୍ତ ବିଭାଗ ରାସ୍ତା ଠାରୁ ତେରକ ପଡିଆ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ରୋଡ୍, ଶନି ମନ୍ଦିର କଂକ୍ରିକ ରୋଡ୍, ରବିନ୍ଦ୍ର ମିଶ୍ର ଘର ପର୍ଯ୍ୟନ୍ତ କଂକ୍ରିଟ୍ ରୋଡ୍ ଓ ଗାର୍ଡ ଓାଲ୍ ନିର୍ମାଣ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି । ସେହିପରି ସ୍ଥାନୀୟ ଗଡଗଡି ରାସ୍ତାରେ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ଘର ନିର୍ମାଣ ପାଇଁ ଭୂମି ପୂଜା କରିଛନ୍ତି । ପରେ ପରେ କରବର ଗ୍ରାମ ଛକ ଠାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଘୋଷଣାର ସାଧାରଣ ସଭା ବାଙ୍କୀ ବିଡିଓ ଶ୍ୟାମଳ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଯୁବ ସାମ୍ବାଦିକ ବିଭୂ ପ୍ରସାଦ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ବିଧାୟକ ଦେବୀରଂଜନ ତ୍ରିପାଠୀ,ସମ୍ମାନିତ ଅତିଥି ଭାବରେ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ଜିଲ୍ଲାପରିଷଦ ସଦସ୍ୟ ମୀନତି ମହାପାତ୍ର, ଉପାଧ୍ୟକ୍ଷା ଗୀତାଞ୍ଜଳୀ ବେଉରା,ସରପଞ୍ଚ ସୁକାନ୍ତ କୁମାର ବେହେରା, ସମିତି ସଭ୍ୟା ଝୁନୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବିକାଶ ଓ ପ୍ରଗତିର ପକ୍ଷଭୁକ୍ତ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ କରବର ହୋଇଥିବା ସମ୍ପର୍କରେ ମୁଖ୍ୟଅତିଥି ନିଜ ବକ୍ତବ୍ୟରେ ପ୍ରକାଶ କରି ଏହାର ସଫଳତା ପାଇଁ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କ ସହିତ ଗ୍ରାମର ଯୁବ ପିଢୀଙ୍କ ସହଯୋଗକୁ ଧନ୍ୟବାଦ ଜଣାଇଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ଆଦର୍ଶ ଗ୍ରାମ ଗଠନର ରୂପରେଖ, ଗ୍ରାମବାସୀଙ୍କ ସହଯୋଗ ଓ ଆଗାମୀ ଦିନରେ ବିକାଶ ପାଇଁ ଆବଶ୍ୟକ ସହାୟତାର ହାତ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ବ୍ଲକ ପ୍ରଶାସନର ସହଯୋଗ କ୍ରମେ କରାଯିବାର ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକ୍ରମରେ ଗ୍ରାମ ମୁରବୀ ଶରତ ଦଳେଇ, ମାୟାଧର ବେହେରା, ନିରଂଜନ ବସନ୍ତରା, ସମିତି ସଭ୍ୟାଙ୍କ ପ୍ରତିନିଧି ନୀଳମଣି ବେହେରାଙ୍କ ସମେତ ଯୁବ ଗୋଷ୍ଠୀ ସକ୍ରିୟ ସହଯୋଗ କରିଥିଲେ। ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କଳ୍ପତରୁ ପଣ୍ଡା, ମଙ୍ଗଳ ସଂପ୍ରସାରଣ ଅଧିକାରୀ ରଶ୍ମିରାଣୀ ଦାସ, ରଗଡି ସମିତି ସଭ୍ୟ ଭାଗିରଥୀ ପାଣି, ପଦ୍ମନାଭ ନନ୍ଦ, ଆର୍ତ୍ତତ୍ରାଣ ସ୍ୱାଇଁ, ସମାଜସେବୀ ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.