www.samajalive.in
Saturday, December 6, 2025
19.1 C
Bhubaneswar

ଆସନ୍ତାକାଲି ମଙ୍ଗଳକୃତ୍ୟ; ୪ତାରିଖରେ ଶିବ ବିବାହ

ଆରଡି: ଆସନ୍ତା ୪ ତାରିଖରେ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ବୈଦିକ ରୀତିନୀତି ଓ ଲୋକାଚାରରେ ମଣିବାବାଙ୍କ ସହ ମାତା ପାର୍ବତୀଙ୍କର ବାହାଘର ଅନୁଷ୍ଠିତ ହେବ । ଏଥିପାଇଁ ପୀଠରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶୁକ୍ରବାର ବରପିତା ଓ କନ୍ୟାପିତା ନିଜ ଘରକୁ ମଣିବାବାଙ୍କ ଚଳନ୍ତିପ୍ରତିମା ହର ଓ ମାତା ପାର୍ବତୀଙ୍କ ଗୌରୀଙ୍କୁ ନେଇ ମଙ୍ଗଳକୃତ୍ୟ ନୀତି କରିବେ ବୋଲି ନୀତିନୀର୍ଘଣ୍ଟ କରାଯାଇଛି। ଏଥିପାଇଁ ଉଭୟ ବରପିତା ଓ କନ୍ୟାପିତାଙ୍କ ଘର ହୋଇ ଉଠିଛି   ଉତ୍ସବମୁଖର । ବନ୍ଧୁପରିଜନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ବରାନୁଗମ ଶୋଭାଯାତ୍ରାରେ ଚଳିତବର୍ଷ ୧୧ଟି ଜିଲାରୁ ୧୮ଗୋଟି ପାରମ୍ପରିକ ଲୋକବାଦ୍ୟ ସହ ନୃତ୍ୟ ଶିଳ୍ପୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ତାହାସହ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ମେଦିନୀପୁରର ମୟୂରଚୁଳିଆ ବାଦ୍ୟ ଆସିବ ବୋଲି ସ୍ଥିର ହୋଇଛି । ଏଥିପାଇଁ ପାଖାପାଖି ୧୬ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହେବାର ବ୍ୟୟବରାଦ କରାଯାଇଛି । ଗତ୨ବର୍ଷ କରୋନା କଟକଣା ଯୋଗୁ ବିଧିବିଧାନ ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଚଳିତବର୍ଷ ଭକ୍ତଙ୍କ ଗହଣରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହେବ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories