www.samajalive.in
Saturday, December 6, 2025
19.1 C
Bhubaneswar

ଆରଡିପୀଠରେ ଦୋକାନ ଭାଙ୍ଗି ଲୁଟ୍‌; ଅଭିଯୋଗ ପରେ ବି ଚୁପ୍‌ ବସିଛି ପୁଲିସ

ଆରଡ଼ି: ଭଦ୍ରକ ଜିଲ୍ଲା ଆରଡ଼ିପୀଠ ସମେତ ଆଖପାଖ ଅଞ୍ଚଳରେ ଏଇ କିଛିଦିନ ହେବ ଲୁଟେରାଙ୍କ ରାଜ୍‌ ଦେଖାଦେଇଛି । ଏପରିକି ଗତ ୩ଦିନ ମଧ୍ୟରେ ଆରଡିପୀଠ ଆଖଣ୍ଡଳମଣିଙ୍କ  ମନ୍ଦିର ନିକଟ ସେମେତ ମୁଖ୍ୟ ବଜାରରେ ୨ଟି ଦୋକାନ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏଥିସହ ପ୍ରବେଶପଥ ନିକଟରେ ଏକ ଘରୁ ସୁନାଗହଣା ସହ ନଗଦ ଟଙ୍କା ଚୋରି ହୋଇଥିବା  ଆରଡି ଫାଣ୍ଡି ସହ ଧୁଷୁରୀଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ସବୁ ଜାଣି ଚୁପ ବସିଥିବା କହିଛନ୍ତି ଅଭିଯୋଗକାରୀ ।

ଏପରିକି ଗତକାଲି ବିଳମ୍ବିତ ରାତିରେ ଆଖଣ୍ଡଳମଣିଙ୍କ ମନ୍ଦିର ବେଢାର ମାତ୍ର ୫୦ମିଟର ଦୂରରେ ଥିବା କେଦାରନାଥ ପାଢୀଙ୍କ ଗ୍ରୋସରୀ ଦୋକାନକୁ କେହି ଦୁର୍ବୃତ୍ତ ଗ୍ୟାସ କଟର ଦ୍ବାରା ଚାବି କାଟିବା ସହ ଦୋକାନ ଭାଙ୍ଗି ନଗଦ ୭୦ହଜାର ଟଙ୍କା ଚୋରି ହୋଇଥିବା ଆରଡି ଫାଣ୍ଡିରେ ଅଭିଯୋଗ ହୋଇଛି । ହେଲେ ପୁଲିସ ଲୋକ ଦେଖାଣିଆ ଭଳି ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଲୋକଙ୍କୁ ପଚରାପଚରି କରି ଚୁପ ବସିଛି।

- Advertisement -

ପୀଠରେ ଦିନକୁଦିନ ଚୋରି ବୃଦ୍ଧି ପାଉଥିଲେ ମଧ୍ୟ ପୁଲିସ ଚୁପ ବସିଥିବାରୁ ଏବେ ଆଖଣ୍ଡଳମଣିଙ୍କ ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଗତଦିନରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରୁ ବାରମ୍ବାର ଚୋରି ହେବା ଫଳରେ ଉଭୟ ଧୁଷୁରୀଥାନା ଓ ଆରଡି ଫାଣ୍ଡି ପକ୍ଷରୁ ରାତ୍ରୀକାଳିନ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିଲା । ହେଲେ ଏବେ ଥାନା ଓ ଫାଣ୍ଡିରେ ଥିବା ବାବୁମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପୁଣି ପୀଠରେ ଲୁଟେରାଙ୍କ ଏପରି କାରନାମା ବୃଦ୍ଧି ପାଇଥିବା ସାଧାରଣରେ ଚର୍ଚ୍ଚା ହୋଇଛି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories