www.samajalive.in
Thursday, December 11, 2025
13.1 C
Bhubaneswar

ଅକ୍ଷମତା ପ୍ରକାଶ କଲେ ସୁପ୍ରିମକୋର୍ଟ ଖଣ୍ଡପୀଠ

ନୂଆଦିଲ୍ଲୀ: ବୈଷୟିକ କାରଣରୁ ଗତକାଲି (ମଙ୍ଗଳବାର) ସର୍ବୋଚ୍ଚ ନ୍ୟାୟାଳୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଆଗତ ସ୍ବତନ୍ତ୍ର ଲିଭ୍‌ ପିଟିସନ୍‌(ଏସଏଲପି) ଗୁଡ଼ିକର ଶୁଣାଣି ହୋଇପାରିନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ବି.ଆର ଗଭାଇ ଏବଂ ବିଚାରପତି ହିମା କୋହଲୀଙ୍କ ଖଣ୍ଡପୀଠରେ ଦ୍ୱିତୀୟ ଦିନରେ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାବନି ଆବେଦନକାରୀ ଅର୍ଦ୍ଧେନ୍ଧୁ କୁମାର ଦାସଙ୍କ ତରଫରୁ ମାମଲାର ତ୍ୱରିତ ଶୁଣାଣି ଲାଗି ‘ମେନସନ’ କରିଥିଲେ। ସୋମବାର ଖଣ୍ଡପୀଠଙ୍କ ନିର୍ଦେଶ ସତ୍ତ୍ବେ ମଙ୍ଗଳବାର ଶୁଣାଣି ତାଲିକାରେ ଶ୍ରୀମନ୍ଦିର ମାମଲା ସ୍ଥାନ ପାଇନାହିଁ। ତେଣୁ ମଙ୍ଗଳବାର ଦିନ ନ୍ୟାୟାଳୟ ମାମଲାର ବିଚାର କରିବାକୁ ଆଇନଜୀବୀ ପାବନି ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରତିଉତ୍ତରରେ ବିଚାରପତି ଗଭାଇ ଟିପ୍ପଣୀ କରିଥିଲେ କି ଯେ, ବୈଷୟିକ କାରଣ ଯୋଗୁଁ ଶୁଣାଣି ଲାଗି ମାମଲା ତାଲିକାଭୁକ୍ତ (ଲିଷ୍ଟିଂ) ହୋଇପାରିନାହିଁ।

ତାଙ୍କ ପୀଠରେ ମାମଲାଟି ଶୁଣାଣି ଲାଗି ଆସିଥିଲେ ହିଁ ଖଣ୍ଡପୀଠ ମାମଲାର ବିଚାର କରିପାରିବେ। ମାମଲା ଆବଣ୍ଟନ ପ୍ରଧାନ ବିଚାରପତିଙ୍କ କ୍ଷମତା ପରିସରଭୁକ୍ତ ଏବଂ ଏହି ଅଧିକାର କ୍ଷେତ୍ରକୁ ଖଣ୍ଡପୀଠ ଉଲ୍ଲଙ୍ଘନ କରିପାରିବେ ନାହିଁ। ଉଚ୍ଚ ନ୍ୟାୟାଳୟରେ ଅବକାଶ ସମୟରେ ଅବକାଶକାଳୀନ ବିଚାରପତି ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ କରିଥାନ୍ତି; କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟରେ ଏସବୁ ନିଷ୍ପତ୍ତି ରେଜିଷ୍ଟ୍ରି ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ସାମ୍ପ୍ରତିକ ପରିସ୍ଥିତିରେ ଏସଏଲପି ଗୁଡ଼ିକର ଶୁଣାଣି ଲାଗି ବିଚାରପତି ଗଭାଇ ଓ ବିଚାରପତି କୋହଲୀ ଖଣ୍ଡପୀଠ ଅକ୍ଷମତା ପ୍ରକାଶ କରିବା ପରେ ଶ୍ରୀମନ୍ଦିର ପରିକ୍ରମା ମାମଲା ଶୁଣାଣିରେ ଅନିଶ୍ଚିତତା ସୃଷ୍ଟି ହୋଇଛି। ନିୟମ ଅନୁଯାୟୀ କେଉଁ ପୀଠରେ କେଉଁ ମାମଲାର ଶୁଣାଣି ହେବ, ତାହା ସର୍ବୋଚ୍ଚ ନ୍ୟାୟାଳୟ ପ୍ରଧାନ ବିଚାରପତିଙ୍କ ନିଷ୍ପତ୍ତି ଅନୁଯାୟୀ ହୋଇଥାଏ। ଆବଶ୍ୟକ ପଡ଼ିଲେ ମାମଲାର ଶୁଣାଣି ଲାଗି ପ୍ରଧାନ ବିଚାରପତି ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିପାରନ୍ତି। ପ୍ରଶାସନିକ ଦୃଷ୍ଟିରୁ ସେ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ଏବଂ ମାଷ୍ଟର ଅଫ ରୋଷ୍ଟର। ତାଙ୍କ ମଞ୍ଜୁରୀ ପରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ମାମଲାର ଶୁଣାଣି ଯେକୌଣସି ଦିନ ହୋଇପାରେ। ପ୍ରକାଶ ଯେ ଜୁନ ୧ ଲିଷ୍ଟର ମୂଳ ଏବଂ ଅତିରିକ୍ତ ତାଲିକାରେ ଶ୍ରୀମନ୍ଦିର ପରିକ୍ରମା ମାମଲା ବିଚାର ଲାଗି ସ୍ଥାନ ପାଇପାରିନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories